
ରାଉରକେଲା : ଦେଶରେ କରୋନା ମହାମାରୀର ପ୍ରକୋପ ବୃଦ୍ଧି ପାଇ ଚାଲିଥିବାବେଳେ ରୋଗୀଙ୍କ ଚିକିତ୍ସା ପାଇଁ ଅକ୍ସିଜେନର ଅଭାବ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ୭ଟି ସ୍ଥାନରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କେନ୍ଦ୍ରୀୟ ତୈଳ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେଥିମଧ୍ୟରୁ ଗୋଟିଏ ରାଉରକେଲା ଜେନେରାଲ ହସ୍ପିଟାଲ (ଆର୍ଜିଏଚ୍)ରେ ସ୍ଥାପନ ହେବ। ସେଥିପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ବରିଷ୍ଠ ବିଜେପି ନେତା, ରାଉରକେଲା ମ୍ୟୁନିସପାଲିଟିର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଆର୍ଜିଏଚ୍ରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ଦ୍ବାରା ଚିକିତ୍ସା ପାଇଁ ଇସ୍ପାତ ସହର ଉପରେ ନିର୍ଭର କରୁଥିବା ରାଉରକେଲା ଓ ସୁନ୍ଦରଗଡ଼ ସମେତ ପଡ଼ୋଶୀ ଜିଲ୍ଲା ଓ ରାଜ୍ୟର ଲୋକେ ଉପକୃତ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସେଥିପାଇଁ ରାଉରକେଲାବାସୀଙ୍କ ପକ୍ଷରୁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
The post ଆର୍ଜିଏଚ୍ରେ ପ୍ରତିଷ୍ଠା ହେବ ଅକ୍ସିଜେନ ପ୍ଲାଣ୍ଟ, ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ first appeared on Sambad.from ଜିଲ୍ଲା | Sambad https://ift.tt/3nsWNcN
0 Comments