
ଖଇରା: ସାରା ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ଚାଲିଥିବାବେଳେ ନିୟମ ଉଲ୍ଲଂଘନ କରି ବାହାର ରାଜ୍ୟରୁ ଶ୍ରମିକ ନେବାପାଇଁ ଆସିଥିବା ଏକ ବସକୁ ଜବତ କଲା ଖଇରା ଥାନା ପୁଲିସ।
ଘଟଣାରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ଖଇରା ଥାନା ହରିପୁର ଗ୍ରାମକୁ ଶ୍ରମିକ ନେବାକୁ ଆସିଥିବା କେରଳ ରାଜ୍ୟର ଏକ ବସକୁ ଜବତ କରିଛି ଖଇରା ପୁଲିସ। କେରଳ ରାଜ୍ୟର କୟମ୍ବାତୁର ୟୁରଡ଼ ଅଞ୍ଚଳରୁ ଏକ ଘରୋଇ ବସ ଶ୍ରମିକ ନେବାପାଇଁ ହରିପୁର ଅଞ୍ଚଳରେ ପହଞ୍ଚିଥିଲା।ସ୍ଥାନୀୟ ଗ୍ରାମବାସୀମାନେ ବସକୁ ଅଟକାଇ ଖଇରା ଥାନାକୁ ଖବର ଦେଇଥିଲେ।ଖବର ପାଇ ଖଇରା ପୁଲିସ ଘଟଣାସ୍ଥଳେ ପହଞ୍ଚି ବସ୍ ସମେତ ଡ୍ରାଇଭର,ହେଲ୍ପର ଏବଂ ସ୍ଥାନୀୟ ଅଞ୍ଚଳର ଦୁଇଜଣ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।
The post କେରଳରୁ ଶ୍ରମିକ ନେବାକୁ ଆସିଥିବା ବସକୁ ଜବତ କଲା ଖଇରା ଥାନା ପୁଲିସ first appeared on Sambad.from ଜିଲ୍ଲା | Sambad https://ift.tt/2QoqC1N
0 Comments