
ଦଶପଲ୍ଲା: ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଦମକଳ କେନ୍ଦ୍ର ଠାରୁ ଗତକାଲି ସନ୍ଧ୍ୟା ୬ ଟାରେ ଉଦ୍ଧାର ହୋଇଥିବା ହରିଣର ମୃତ୍ୟୁ ହୋଇଛି। ହରିଣଟିକୁ କିଛି କୁକୁର ଘେରି ଯିବା ଦ୍ୱାରା ଏକ ବାଉଁଶ ବୁଦା ମଧ୍ୟରେ ପଶି ଯାଇଥିଲା। ଦମକଳ କେନ୍ଦ୍ରର କର୍ମଚାରୀ ଓ କିଛି ସ୍ଥାନୀୟ ବ୍ୟକ୍ତି ଏହାକୁ ଉଦ୍ଧାର କରି ବନ ବିଭଗକୁ ଖବର ଦେଇଥିଲେ।
ତେବେ ବନ କର୍ମଚାରୀମାନେ ହରିଣକୁ ଉଦ୍ଧାର କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଡ଼ିରେ ପକାଇ ରଖିଥିଲେ। ଯାହା ଫଳରେ ହରିଣଟି ଗୁରୁତର ହୋଇପଡିଥିଲା। ହରିଣକୁ ଉପଯୁକ୍ତ ଚିକିତ୍ସା କରାଯାଇପାରି ନଥିବା ହେତୁ ଏହାର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି।
The post ଚିକିତ୍ସା ଅବହେଳାରୁ ଉଦ୍ଧାର ହୋଇଥିବା ହରିଣର ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/3eBXhJF
0 Comments