କଟକ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଚିକିତ୍ସା ସ˚କ୍ରାନ୍ତ ଔଷଧ ଓ ଇଞ୍ଜେକ୍ସନର କଳାବଜାରି ହେଉଥିବା ଗୁଇନ୍ଦା ତଥ୍ୟ ଏବେ ପୁଲିସ ବିଭାଗ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହି କାରବାରକୁ ବନ୍ଦ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଫ୍ଲାଇ˚ ସ୍କ୍ବାଡ୍‌ ଗଠନ କରାଯାଇଛି। ଏହି ସ୍କ୍ବାଡ୍‌ ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଚଢ଼ଉ ଯୋଜନା କରୁଛି।

କ୍ରାଇମ୍‌ବ୍ରାଞ୍ଚ ଏଡିଜି ଦାୟିତ୍ବରେ ଥିବା ଯଶଵନ୍ତ ଜେଠଵାଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ କମିଟି କଳାବଜାରି ରୋକିବାକୁ ଗଠନ କରାଯାଇଛି। ଏଥିରେ ସ୍ବାସ୍ଥ୍ୟବିଭାଗର ଜଣେ ଯୁଗ୍ମ-ସଚିବରୁ ଉପର ପାହ୍ୟାର ଅଧିକାରୀ ଏବ˚ ଡ୍ରଗ୍‌ କଣ୍ଟ୍ରୋଲର‌୍‌ ସାମିଲ ହୋଇଛନ୍ତି। ଏହି କମିଟି କ୍ରାଇମବ୍ରାଞ୍ଚ ଏସଟିଏଫ୍‌ର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଟାସ୍କଫୋର୍ସ୍‌ ଗଠନ କରାଯାଇଛି। ଆସନ୍ତାକାଲିଠାରୁ ପ୍ରତ୍ୟେକ ଜିଲ୍ଲାରେ ଯାଞ୍ଚ କରିବ। ମୁଖ୍ୟତଃ ଘରୋଇ ହସପିଟାଲ୍‌ଗୁଡ଼ିକ ଏବେ ସ୍କ୍ବାଡ୍‌ର ସ୍କାନର‌୍‌ରେ ରହିଛି। କୋଭିଡ୍‌ ଇଞ୍ଜେକ୍ସନ ପିଛା ପ୍ରାୟ ୧୦ ହଜାର ଟଙ୍କାରେ ବିକ୍ରି ହେଉଥିବା ଖବର ସାମନାକୁ ଆସିଛି। ସେହିଭଳି ଔଷଧର କଳାବଜାରି ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି। ରାଜ୍ୟରେ କୋଭିଡ୍‌ର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଏଭଳି କଳାବଜାରୀ ଆରମ୍ଭ ହୋଇଥିବା କୁହାଯାଉଛି। ମହାରାଷ୍ଟ୍ର, ଗୁଜୁରାଟରେ ଏଭଳି କଳାବଜାରି ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ବି ସନ୍ଦେହ କରାଯାଉଛି। ଆଜି ଏହି କମିଟି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। କେଉଁ ଜିଲ୍ଲାରେ କେତେଜଣିଆ ଟିମ୍‌ ରହିବେ, ସେ ନେଇ ଆସନ୍ତାକାଲି ନିଷ୍ପତ୍ତି ଗ୍ରହଣ କରାଯିବ। ଔଷଧ ଓ ଇଞ୍ଜେକ୍ସନ ପ୍ରସ୍ତୁତକାରୀ କମ୍ପାନିଠାରୁ ଆରମ୍ଭ କରି ଷ୍ଟକିଷ୍ଟ୍‌, ସପ୍ଲାୟର୍‌, ବିକ୍ରେତା ଓ ଘରୋଇ ହସପିଟାଲ୍‌ ଯାଏ ସମସ୍ତେ ସ୍କ୍ବାଡ୍‌ର ସ୍କାନର‌ରେ ରହିବେ।

The post କୋଭିଡ୍‌ ଇଞ୍ଜେକ୍ସନ୍‌ କଳାବଜାରି ରୋକିବା ପାଇଁ ଟାସ୍କ ଫୋର୍ସ first appeared on Sambad.

from ଜିଲ୍ଲା | Sambad https://ift.tt/3ankJsv