ପଞ୍ଚଲିଙ୍ଗେଶ୍ବର : କରୋନା ନେଇଛି ଓଡ଼ିଆ ଯୁବ ସଫଟ୍‌ଵେର ଇଞ୍ଜିନିୟରଙ୍କ ଜୀବନ। ଦେଶର ରାଜଧାନୀ ଦିଲ୍ଲୀରେ ପାଇଲେନି ଚିକିତ୍ସା ସୁବିଧା। ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଶ୍ୟାମସୁନ୍ଦର ପଞ୍ଚାୟତ ସନ୍ତରାଗଡ଼ିଆ ଶ୍ରୀଦେଇପୁର ଗ୍ରାମର ସୁବଳ ପରିଡ଼ାଙ୍କ ପୁଅ ସୁକୁମାର ପରିଡ଼ା (୩୬) ଦିଲ୍ଲୀର ଗାଜିଆବାଦ ଅଞ୍ଚଳରେ ଏକ କମ୍ପାନିରେ ସଫଟ୍‌ୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। କିଛି ଦିନ ଜ୍ୱର ଲାଗି ରହିବାରୁ ଗତକାଲି ତାଙ୍କର ସ୍ୱାବ୍ ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ସେ ଚିକିତ୍ସା ପାଇଁ ଦିଲ୍ଲୀରେ ୩୦ରୁ ଅଧିକ ଡାକ୍ତରଖାନା ବୁଲିଥିଲେ। ତଥାପି କୌଣସି ସ୍ଥାନରେ ତାଙ୍କୁ ବେଡ୍ ମିଳି ନଥିଲା।

ଗତକାଲି ବିଳମ୍ବିତ ରାତିରେ ଦେହ ଅଧିକ ଅସୁସ୍ଥ ହେବାରୁ ସମ୍ପର୍କୀୟମାନେ ତାଙ୍କୁ ଗାଜିଆବାଦ ଅଞ୍ଚଳର ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ରବିବାର ପୂର୍ବାହ୍ନ ୧୦ଟାରେ ତାଙ୍କର ମୃତ୍ୟୁ ଘଟିଛି। ସୁକୁମାରଙ୍କ ପତ୍ନୀ ଓ ଦେଢ଼ବର୍ଷର ପୁଅ ଅଛନ୍ତି। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦିଲ୍ଲୀରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି।

The post କରୋନାରେ ଆଖି ବୁଜିଲେ ଓଡ଼ିଆ ଯୁବ ଇଞ୍ଜିନିୟର first appeared on Sambad.

from ଜିଲ୍ଲା | Sambad https://ift.tt/2QdCt2O