
ରାଜନଗର : ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। ମେ ୧ରୁ ଜୁଲାଇ ୩୧ ତାରିଖ ୩ ମାସ ପାଇଁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ବିରଳ ବଉଳା କୁମ୍ଭୀରଙ୍କ ପାଇଁ ଭିତରକନିକା ପ୍ରସିଦ୍ଧି ଲାଭ କରିଛି। ଏହି ସମୟ ବିରଳ କୁମ୍ଭୀରଙ୍କ ପ୍ରଜନନ ଋତୁ। କୁମ୍ଭୀରମାନେ ସ୍ଥଳ ଭାଗକୁ ଉଠି ସୁରକ୍ଷିତ ସ୍ଥାନ ଦେଖି ବସା ବାନ୍ଧି ଅଣ୍ତା ଦେଇଥାନ୍ତି। ଏହି ସମୟରେ ମା କୁମ୍ଭୀର ଅଧିକ ହିଂସ୍ର ହୋଇଥାଏ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତିବର୍ଷ ମେ ୧ରୁ ୩ ମାସ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ।
The post ଆଜିଠୁ ୩ ମାସ ପାଇଁ ଭିତରକନିକା ବନ୍ଦ first appeared on Sambad.from ଜିଲ୍ଲା | Sambad https://ift.tt/3eN2Btp
0 Comments