ମାଲକାନଗିରି: ମାଲକାନଗିରିରୁ ଆସିଲା ଅଭାବନୀୟ ଖବର । ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କୁର୍ତ୍ତୀ ଗ୍ରାମର ଶତାଧିକ ଲୋକଙ୍କର ଝାଡ଼ାବାନ୍ତି ହୋଇଥିବା ନେଇ ଜଣାପଡ଼ିଛି। ଝାଡ଼ାବାନ୍ତି ହେଉଥିବା ଲୋକଙ୍କୁ ପଡିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି।

ଗ୍ରାମରେ ଏକା ସାଙ୍ଗରେ ଏତେ ସଂଖ୍ୟକ ଲୋକ ଏଭଳି ଆକ୍ରାନ୍ତ ହେବା ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ସହାୟତାରେ ପ୍ରାୟ ୮୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଉଛି। ଗତକାଲି କୁର୍ତ୍ତୀ ଗ୍ରାମରେ ସାପ୍ତାହିକ ହାଟ ହୋଇଥିବା ବେଳେ ଏହି ହାଟରେ ଲସି ପିଇ ଲୋକେ ଏଭଳି ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ତେବେ ଏହାର ପଛର କାରଣ ଜାଣିବା ପାଇଁ ଏବେ ତଦନ୍ତ ଆରମ୍ଭ ହୋଇଛି। ଲସି ପିଇ ଲୋକଙ୍କର ଝାଡ଼ାବାନ୍ତି ହୋଇଛି କି ଏହା ପଛରେ ଅନ୍ୟ କିଛି କାରଣ ଅଛି, ଏନେଇ ତଦନ୍ତ ହେବ ବୋଲି ଜଣାପଡ଼ିଛି।

The post ମାଲକାନଗିରିରେ ୮୦ରୁ ଉର୍ଦ୍ଧ୍ବ ଲୋକ ପଡ଼ିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି, ଲସି ପିଇ ଝାଡ଼ାବାନ୍ତି ହୋଇଥିବା ଅନୁମାନ first appeared on Sambad.

from ଜିଲ୍ଲା | Sambad https://ift.tt/3e6d7wQ