
କଟକ : ଓଡ଼ିଶା ପୁଲିସର ଅଜବ ପଦୋନ୍ନତି ନୀତିକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗତ ୪ ବର୍ଷ ଧରି ବିଭିନ୍ନ ଜିଲ୍ଲାରେ ଇନଚାର୍ଜ ଡିଏସପି ପଦବିରେ କାମ କରିଥିବା ୨୮ ଜଣ ଡିଏସପିଙ୍କୁ ଡିମୋସନ କରାଯାଇ ପୁଣି ଇନ୍ସପେକ୍ଟର ପଦବିରେ ଅବସ୍ଥାପିତ କରାଯାଇଛି। ଓଡ଼ିଶା ପୁଲିସ ପକ୍ଷରୁ ବାହାରିଥିବା ବଦଳି ଆଦେଶରୁ ଏ କଥା ସ୍ପଷ୍ଟ ହୋଇଛି। ଗତ ୨୦୧୭ରେ ଏହି ୨୮ ଜଣ ଇନସପେକ୍ଟରଙ୍କୁ ଡିଏସପି ଭାବେ ପଦୋନ୍ନତି ଦିଆଯାଇଥିଲା। ଅବଶ୍ୟ ସେମାନେ ଡିଏସପି ଦାୟିତ୍ବରେ ଥିଲେ ବି ଇନସପେକ୍ଟର ଦରମା ପାଉଥିଲେ। ପରବର୍ତ୍ତି ସମୟରେ ସେମାନଙ୍କର ପଦୋନ୍ନତି ବିଜ୍ଞପ୍ତି ଜାରି କରାଯାଇଥିଲେ ବି ପୋଷ୍ଟିଂ ଦିଆ ଯାଇ ନଥିଲା। ପଦ ଅବନତି ହୋଇଥିବା ଅଧିକାରୀମାନେ ହେଲେ ଇତି ଦାସ, ମନୋଜ ସାମନ୍ତ, ସୁପ୍ରସନ୍ନ ମଲ୍ଲିକ, ସୁରେନ୍ଦ୍ରନାଥ ରାୟଗୁରୁ, ବିଶ୍ବପ୍ରକାଶ ପଟ୍ଟନାୟକ, ସତ୍ୟଜିତ ମିଶ୍ର, ରାମକୃଷ୍ଣ ପତି, ସୂର୍ଯ୍ୟମଣି ପ୍ରଧାନ, ବିଚିତ୍ରାନନ୍ଦ ସାମଲ, କୈଳାସ ଚନ୍ଦ୍ର ଆଚାର୍ଯ୍ୟ, ରଂଜନ ଦେ, ଅମର ନାୟକ, ଜୟନାରାୟଣ ପଟେଲ, ରମେଶ ମୁଖି, ହାଡିବନ୍ଧୁ ସ୍ବାଇଁ, ଲଳିତା ପରିଡା, କୃଷ୍ଣପ୍ରସାଦ ଦାସ, ଅନୁପ କୁମାର କାନୁନଗୋ, ପୁଷ୍ପଲତା ବାରିକ, ଅତନୁ ରାଉତ, ଅଶୋକ ଦାସ, ପ୍ରଫୁଲ୍ଲ ବରିଆ, ରମାକାନ୍ତ ସାହୁ, ଶ୍ରୀମନ୍ତ ବାରିକ, ଗୋବିନ୍ଦ ଚନ୍ଦ୍ର ମୁରୁଦା, ଅଜୟ ମିଶ୍ର, ମନୋଜ ରାଉତ, ରବି ନାରାୟଣ ପାଢୀ ପ୍ରମୁଖ।
The post ପୁଲିସ ବିଭାଗର ଅଜବ ନୀତି: ୪ ବର୍ଷ ଡିଏସ୍ପି ପାହ୍ୟାରେ ରହିବା ପରେ ଏବେ ଇନ୍ସପେକ୍ଟର first appeared on Sambad.from ଜିଲ୍ଲା | Sambad https://ift.tt/3mVgmu3
0 Comments