ଭୁବନେଶ୍ଵର: ଇନଫୋସିଟି ଥାନାରେ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କ ବିରୋଧରେ ଏତଲା । ଭିଜିଲାନ୍ସ ଟିମରେ ଥିବା ଜଣେ ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର କରିବା, ଆଉ ତଦନ୍ତରେ ସହଯୋଗ ନକରିବାକୁ ନେଇ ଥାନାରେ ମହିଳା ଆଇଆଇସି ଏତଲା ଦେଇଛନ୍ତି । ଆଇପିସି ୩୨୩, ୩୩୨, ୩୫୩, ୩୫୪ରେ ବିଚିତ୍ରାନନ୍ଦ ନାୟକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସୂଚନା ମୁତାବକ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ ଗତକାଲି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।

ତାଙ୍କଠାରୁ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରାଯାଇଥିଲା । ଏହି ଟଙ୍କା ସେ କେଉଁଠୁ ଆଣିଥିଲେ, ସେ ସଂପର୍କରେ ଭିଜିଲାନ୍ସ ଅଧିକାରୀ ପଚାରି ଥିଲେ ବି ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ।

ସୂଚନା ଅନୁଯାୟୀ ଓଏଏସ୍ ଅଧିକାରୀ ଶ୍ରୀ ନାୟକ ଗତକାଲି ଦିନ ପ୍ରାୟ ସାଢେ ୩ଟା ବେଳେ ଜଗତସିଂହପୁର ଜିଲ୍ଲାରେ ନିଜ ଘରକୁ ଯାଉଥିବା ବେଳେ ରଘୁନାଥପୁର ନିକଟରେ ଭିଜିଲାନସ ଅଧିକାରୀମାନେ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡ଼ିରୁ ଏହି ଟଙ୍କା ମିଳିଥିଲା। ବାଲିଘାଟରୁ ଏହି ଟଙ୍କା ତହସିଲଦାରଙ୍କୁ ଦିଆଯାଇଛି ବୋଲି ସୂଚନା ଆଧାରରେ ଭିଜିଲାନ୍ସ ଚଢଉ କରିଥିବା ବେଳେ ଟଙ୍କା ଜବତ କରିଥିଲା।

The post ଗିରଫ ତହସିଲଦାରଙ୍କ ବିରୋଧରେ ମାମଲା ରୁଜୁ, ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏତଲା ଦେଇଥିଲେ ଆଇଆଇସି first appeared on Sambad.

from ଜିଲ୍ଲା | Sambad https://ift.tt/2RfjPru