ଭୁବନେଶ୍ୱର: ଆଜି କଟକସ୍ଥିତ ମୁଖ୍ୟ ବନ ସଂରକ୍ଷକଙ୍କ (କେନ୍ଦୁପତ୍ର) କାର୍ଯ୍ୟାଳୟରେ ବରିଷ୍ଠ କିରାଣି ଭାବେ କାର୍ଯ୍ୟରତ ଦିଲୀପ କୁମାର ଜେନାଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଉଥିବା ଜଣାଯାଇଛି।

ଭୁବନେଶ୍ୱର ଭିଜିଲାନ୍‌ସ୍‌ର ସ୍ୱତନ୍ତ୍ର ଜଜ୍‌ଙ୍କଦ୍ୱାରା ଜାରି ଓ୍ଵାରେଣ୍ଟ୍‌ ନମ୍ବର ୪/୨୧ ବଳରେ ଦିଲୀପ କୁମାର ଜେନା ରହୁଥିବା ଖଣ୍ଡଗିରି ଥାନା ଅନ୍ତର୍ଗତ ଘାଟିକିଆରେ ଥିବା ଫରେଷ୍ଟ୍‍ ଟ୍ରେନିଙ୍ଗ୍‌ କଲେଜ ପରିସରସ୍ଥ ଆବାସିକ କ୍ୱାର୍ଟର୍ସ ନମ୍ବର ବି-୪ ସମେତ ଜାଗମରାର ମଲ୍ଲିକ କମ୍ପ୍ଲେକ୍ସ୍‍ରେ ଥିବା ତାଙ୍କ ତିନି ତାଲା କୋଠା, ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ଗାଁରେ ଥିବା ତାଙ୍କ ପୈତୃକ ଗୃହ ଏବଂ କଟକ ସହରସ୍ଥିତ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କ ସେକ୍‌ସନ୍‌ ଅଫିସ୍‌ ପ୍ରକୋଷ୍ଠରେ ଏକକାଳୀନ ତଲାସ ଚାଲିଛି।

The post କଟକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣିଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍‌ସ୍‌ ଚଢ଼ାଉ first appeared on Sambad.

from ଜିଲ୍ଲା | Sambad https://ift.tt/3fWb5ko