ରାଉରକେଲା: ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଇବାର ନାଁ ନେଉନି। ଗତ କିଛି ଦିନ ହେଲା ଲାଗି ରହିଥିବା ମାତ୍ରାଧିକ ଆକ୍ରାନ୍ତ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଆଜି ଜିଲ୍ଳାରେ ୨୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ରାଜ୍ୟରେ ସର୍ବାଧିକ। ଗତ ୮ ତାରିଖରେ ଜିଲ୍ଲାରୁ ୧୩୧ ଜଣ, ୭ ତାରିଖରେ ୧୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ବର୍ଦ୍ଧିତ ସଂଖ୍ୟା ଜିଲ୍ଲା ପ୍ରଶାସନର ନିଦ ହଜାଇ ଦେଲାଣି। ଏହାସହ ଜିଲ୍ଲାବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳାଇ ଦେଇଛି। ଏମିତିକି ଟ୍ରେନରେ ଆସୁଥିବା ଯାତ୍ରୀ ମଧ୍ୟ ସଂକ୍ରମିତ ଥିବା ଜଣାପଡ଼ିଛି। କେରଳ, ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ, ମଧ୍ୟପ୍ରଦେଶ ଦେଇ ରାଉରକେଲା ଆସୁଥିବା ଟ୍ରେନ ଯାତ୍ରୀଙ୍କର ରେଳ ଷ୍ଟେସନରେ ଆଣ୍ଟିଜେନ ଟେଷ୍ଟ କରାଯାଉଛି। ଅପରପକ୍ଷରେ ପୁଲିସ, ରାଉରକେଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସଚେତନତା ସୃଷ୍ଟି କରାଯିବା ସହ ଯାଞ୍ଚ ଜାରି ରହିଛି।

The post ସୁନ୍ଦରଗଡ଼ରେ ରେକର୍ଡ କଲା କରୋନା; ୨୪ ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ first appeared on Sambad.

from ଜିଲ୍ଲା | Sambad https://ift.tt/39XdbfR