କୋଣାର୍କ : ପୁଣିଥରେ କରୋନା କଟକଣା ଫେରିଛି। ଶୁକ୍ରବାରଠାରୁ କୋଣାର୍କରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଇବାକୁ ନିଷ୍ପତ୍ତି ହୋଇଛି। ଆଜି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କ ଚିଠି ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ବେସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆସନ୍ତାକାଲିଠାରୁ କୋଣାର୍କ ମନ୍ଦିରରେ କଟକଣା ଲଗାଇବା ପାଇଁ ସମସ୍ତ ପ୍ରସ୍ତୁତି ‌ଶେଷ ହୋଇଛି। ଏ ସମ୍ପର୍କରେ ସମସ୍ତ କର୍ମଚାରୀଙ୍କୁ ବି ଅବଗତ କରାଯାଇଛି। ଆସନ୍ତାକାଲିଠାରୁ କୋଣାର୍କ ଫାଟକରେ ତାଲା ପକାଇବାକୁ ନିଷ୍ପତ୍ତି ହୋଇଛି। ସେପଟେ ଆଜିଠାରୁ କୋଣାର୍କ ବଜାର ଓ ଅନ୍ୟ ସ୍ଥାନମାନଙ୍କରେ ପୁଲିସ ପକ୍ଷରୁ ନାଇଟ୍‌ କର୍ଫ୍ୟୁ ପାଇଁ ପୁଲିସ ଡାକବାଜି ଜରିଆରେ ପ୍ରଚାର କରିବା ଆରମ୍ଭ କରିଛି। ଆସନ୍ତାକାଲିଠାରୁ ରାତି ୯ଟାରୁ ଦୋକାନ ବଜାର ବନ୍ଦ ପାଇଁ ‌ପ୍ରଚାର କରାଯାଇଛି।

The post ଆଜିଠୁ କୋଣାର୍କ ମନ୍ଦିର ବନ୍ଦ! first appeared on Sambad.

from ଜିଲ୍ଲା | Sambad https://ift.tt/2OVdQY4