ସାଲେପୁର : ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସାଲେପୁର ବ୍ଲକ୍‌ ବହୁଗ୍ରାମସ୍ଥିତ ବିବେକାନନ୍ଦ ବିଦ୍ୟାପୀଠର ପୁରାତନ ଛାତ୍ରସଂସଦ କାର୍ଯ୍ୟାଳୟ ପରିସରରେ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୮୫୭ ମସିହାରୁ ଦେଶର ସ୍ବାଧୀନତା ସଂଗ୍ରାମର ଫଟୋଚିତ୍ର ପ୍ରଦର୍ଶନ କରାଯିବା ସହିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ସ୍ବାଧୀନତା ସଂଗ୍ରାମରେ ଜାତିର ପିତା ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଖୁଦିରାମ୍‌ ବୋଷ, ବୀର ସୁରେନ୍ଦ୍ର ସାଏ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମେତ ବହୁ ସ୍ବାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନ କରାଯାଇଥିଲା। ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ରାଜେନ୍ଦ୍ର ଚୌଧୁରୀ, ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର, ପୁରାତନ ଛାତ୍ରସଂଘ ସଭାପତି ବସନ୍ତ ଦାଶ, ପ୍ରଫେସର ଶିଶିର କୁମାର ମୁଦୁଲି, ବହୁଗ୍ରାମ ସରପଞ୍ଚ ମିଲିରାଣୀ ବୋଷ, ଡକ୍ଟର ପୂର୍ଣ୍ଣଚନ୍ଦ୍ର ଓଝା, ଶିକ୍ଷାବିତ୍ ପରମାନନ୍ଦ ମୁଦୁଲି, ମନୋଜ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଆଜିର ଦିନରେ ଗାନ୍ଧୀଜୀ ଓ ଅନ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବହୁଗ୍ରାମ ସରପଞ୍ଚ ମିଲିରାଣୀ ବୋଷ, କଳିଙ୍ଗ ସାହିତ୍ୟ ଏକାଡେମିର ପ୍ରତିଷ୍ଠାତା ବସନ୍ତ କୁମାର ଦାଶ, ଶିକ୍ଷାବିତ୍‌ ଡକ୍ଟର ପୂର୍ଣ୍ଣଚନ୍ଦ୍ର ଓଝା, ସସ୍ମିତା ବାରିକ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସହାୟକ ନିର୍ଦ୍ଦେଶକ ରାମେଶ୍ବର ନାୟକ, ପ୍ରକାଶ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

The post ‘ଆଜାଦୀ କା ଅମୃତ ମହୋତ୍ସବ’, ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋଚିତ୍ର ପ୍ରଦର୍ଶନ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ first appeared on Sambad.

from ଜିଲ୍ଲା | Sambad https://ift.tt/3uKyDgm