ପୁରୀ : ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେପି ରା‌ଷ୍ଟ୍ରୀୟ ଉପସଭାପତି ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା। ଶ୍ରୀ ପଣ୍ଡା ରବିବାର ଦିନ ପିପିଲି ଓ ଡେଲାଙ୍ଗ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ପ୍ରଚାରକୁ ଜୋର୍‌ଦାର୍‌ କରିଛନ୍ତି। ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସହ ଗାଁ’ ଗାଁ’ ବୁଲି ପୁସିଂ କାର୍ଡ଼ ବାଣ୍ଟିଛନ୍ତି। ଘରକୁ ଘର ବୁଲି ଭୋଟ୍‌ ନିବେଦନ କରିଛନ୍ତି। ଡେଲାଙ୍ଗଠାରେ ଯମୁନା ଗାଁ’ରେ ଘର ଘର ବୁଲି ପ୍ରଚାରକୁ ଜୋରଦାର କରିଛନ୍ତି ବୈଜୟନ୍ତ। ବରିଷ୍ଠ ନାଗରିକଙ୍କଠାରୁ ସମସ୍ୟା ବୁଝିଛନ୍ତି।

ଶ୍ରୀ ପଣ୍ଡା ପିପିଲିଠାରେ ପହଞ୍ଚିବା ପରେ ଦଳୀୟ କର୍ମୀ ଓ ନେତାମାନେ ତାଙ୍କୁ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ପରେ କେଉଁଠି ବାଇକ୍‌ ରାଲି କରି ତ’ କେଉଁଠି ପଦଯାତ୍ରା କରି ଆଶ୍ରିତଙ୍କ ପାଇଁ ଭୋଟ୍‌ ନିବେଦନ କରିଛନ୍ତି ଶ୍ରୀ ପଣ୍ଡା। ଏହି ଅବସରରେ ବହୁ ବରିଷ୍ଠ ନାଗରିକ ଫନି ପ୍ରସଙ୍ଗ ଉଠାଇଛନ୍ତି। ଫନି ସହାୟତା ପାଇଁ ତାଙ୍କଠାରୁ ଅର୍ଥ ଦାବି କରାଯାଉଥିବା ଅଭିଯୋଗ କରିଛନ୍ତି। ଏହି ଅବସରରେ ଶ୍ରୀ ପଣ୍ଡା ନ୍ୟାୟର ପ୍ରତିଶ୍ରୁତି ଦେବା ସହ ବିଜେପିର ବିକାଶର ସ୍ରୋତରେ ସାମିଲ୍‌ ହେବାକୁ ନିବେଦନ କରିଥିଲେ। ପ୍ରଚାର‌ ବେଳେ ଶ୍ରୀ ପଣ୍ଡାଙ୍କୁ ଗାଁ’ ଗାଁ’ରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେପଟେ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଓ ଅନ୍ୟ ବରିଷ୍ଠ ନେତାମାନେ ପ୍ରଚାରକୁ ଓହ୍ଲାଇଛନ୍ତି। ଗାଁ’ ଗାଁ’ ବୁଲି ପ୍ରଚାରକୁ ଜୋର୍‌ଦାର୍‌ କରିଛନ୍ତି।

The post ପ୍ରଚାରକୁ ଓହ୍ଲାଇଲେ ବୈଜୟନ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/3293ua1