
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଥମିବାର ନା ନେଉ ନାହିଁ। ଆଜି ସଂକ୍ରମିତଙ୍କ ସଂଖ୍ୟା ୩୪୦ ରହିଛି। ଏ ସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ଗତ ଦୁଇଦିନ ଧରି ସୁନ୍ଦରଗଡ଼ ସହର ସମେତ ରାଜଗାଙ୍ଗପୁର, ଵୀରମିତ୍ରପୁର ପୌରାଞ୍ଚଳ ଓ ରାଉରକେଲାକୁ ସଟଡାଉନ କରାଯାଇଛି। ୪ ସହର ସହ ସୀମାରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ପୁଲିସ ପାଟ୍ରୋଲିଂକୁ ଜୋରଦାର୍ କରାଯାଇଛି। ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଉଛି।
ଏହି କ୍ରମରେ ସହରର ପଞ୍ଚମୁଖି ହନୁମାନ ଛକ କଡ଼ରେ ଥିବା କୁନାଲ ପେଟ୍ରୋଲ ପମ୍ପ କୋଭିଡ୍ ନିୟମ ଉଲ୍ଲଂଘନ କରି ଭିଡ଼ ଜମାଇଥିଲା। ସେଥିପାଇଁ ପ୍ରଶାସନ ୫ ହଜାର ଟଙ୍କା ଜରିମାନା କରିବା ସହ ପମ୍ପକୁ ଆଜି ଦିନକ ପାଇଁ ସିଲ୍ କରି ଦେଇଛି।
The post କରୋନା ନିୟମ ଉଲ୍ଲଂଘନ କରି ସିଲ୍ ହେଲା ସୁନ୍ଦରଗଡ଼ର କୁନାଲ ପେଟ୍ରୋଲ ପମ୍ପ first appeared on Sambad.from ଜିଲ୍ଲା | Sambad https://ift.tt/3v4tH67
0 Comments