
କଟକ : ରାଜ୍ୟରେ କୋଭିଡ୍ ଔଷଧର କଳାବଜାର ରୋକିବାକୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଛି। ରାଜ୍ୟ ଫ୍ଲାଇ˚ ସ୍କ୍ବାଡ୍ ଓ ସ୍ଥାନୀୟ ଥାନା ପୁଲିସ ସହାୟତାରେ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ୪ଟି ଔଷଧ ଦୋକାନରେ ଯାଞ୍ଚ କରାଯାଇଥିଲା। ସେହିପରି କଟକ ନିମଚଉଡ଼ିର ପୁରୁଣା କଲେଜ୍ ଲେନ୍ ଅଞ୍ଚଳରେ ଏକ ଫାର୍ମା ସଂସ୍ଥା, ଭୁବନେଶ୍ବରର ଦୁଇଟି ହସ୍ପିଟାଲ୍ରେ ଯାଞ୍ଚ କରାଯାଇଥିଲା। ଏହାବାଦ୍ ପୁରୀ, ଯାଜପୁର, ଅନୁଗୁଳ ଜିଲ୍ଲାରେ ବି ସମାନ୍ତରାଳ ଭାବେ ଯାଞ୍ଚ କରାଯାଇଛି। ଏହି ଟିମ୍ କୋଭିଡ୍ ମେଡିସିନ୍, ଇଞ୍ଜେକ୍ସନର ଷ୍ଟକ୍ ଯାଞ୍ଚ କରିଥିଲା। ଔଷଧ ଫାର୍ମ ଏବ˚ ହସ୍ପିଟାଲ୍ ନିୟମିତ ସେମାନଙ୍କ ଔଷଧ ଓ ଇଞ୍ଜେକ୍ସନର ଷ୍ଟକ୍ ଓ କାରବାର ରେକର୍ଡ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ କୋଭିଡ୍ ଦ୍ରୁତଗତିରେ ବ୍ୟାପୁଥିବା ଦୃଷ୍ଟିରୁ ଘରୋଇ ହସ୍ପିଟାଲ୍ ଏବ˚ ଔଷଧ ଫାର୍ମ କୋଭିଡ୍ ଔଷଧ ଓ ଇଞ୍ଜେକ୍ସନର କଳାବଜାର କରୁଥିବା ଗୁଇନ୍ଦା ତଥ୍ୟ ମିଳିଥିଲା। ଏହି ତଥ୍ୟ ଆଧାରରେ କଳାବଜାର ରୋକିବାକୁ କ୍ରାଇମ୍ବ୍ରାଞ୍ଚ ଏଡିଜି ଯଶଵନ୍ତ ଜେଠଵାଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ଏଥିରେ କଟକ ଓ ଭୁବନେଶ୍ବର ପାଇଁ ୭ଟି ଫ୍ଲାଇ˚ ସ୍କ୍ବାଡ୍ ଏବ˚ ଅବଶିଷ୍ଟ ଜିଲ୍ଲାରେ ୧୫ଟି ସ୍କ୍ବାଡ୍ ଗଠନ କରାଯାଇଛି।
The post କୋଭିଡ ଔଷଧ କଳାବଜାର ଆଶଙ୍କା, ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ first appeared on Sambad.from ଜିଲ୍ଲା | Sambad https://ift.tt/3dH2IHY
0 Comments