
କଟକ : ବାତ୍ୟା ‘ଫାଇଲିନ୍’ରେ କ୍ଷତିଗ୍ରସ୍ତ ପରିବାରଗୁଡିକର ଗୃହନିର୍ମାଣ ପାଇଁ ପ୍ରତିଶ୍ରୁତି ମୁତାବକ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରାକରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ଜାନୁଆରି ୧୨ରେ ସରକାରଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜବାବ ଦାଖଲ କରାଯାଇ ନାହିଁ। ଶେଷ ସୁଯୋଗ ଦେଇ ହାଇକୋର୍ଟ ସରକାରଙ୍କୁ ଜୁନ୍ ୨୧ ତାରିଖ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଫାଇଲିନ୍ କ୍ଷତିଗ୍ରସ୍ତଙ୍କ ଗୃହନିର୍ମାଣ ପ୍ରସଂଗରେ ରହିଥିବା ଅଭିଯୋଗଗୁଡିକର ଯାଞ୍ଚ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ସହିତ ଅନ୍ୟମାନେ ସରକାରୀ ଯୋଜନାରୁ ବାଦ୍ ପଡିଥିବା ନେଇ ଅଭିଯୋଗ କରିଥିବା ବେଳେ ଜିଲ୍ଲାପାଳ ଏହିସବୁ ଅଭିଯୋଗର ଯାଞ୍ଚ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ସତ୍ୟପାଠ ସହିତ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଗଷ୍ଟ ୧୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍. ମୁରଲୀଧର ଓ ଜଷ୍ଟିସ୍ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ବି. ପଲାଇଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ସ୍କୁଲ ପାଠାଗାରକୁ ବହି ଯୋଗାଣ ଟେଣ୍ଡର, ଗଣଶିକ୍ଷା ବିଭାଗକୁ ସାନି ସତ୍ୟପାଠ ଦାଖଲ ନିର୍ଦ୍ଦେଶ
କଟକ : ସ୍କୁଲ ପାଠାଗାରକୁ ବହି ଯୋଗାଣ ଟେଣ୍ଡରକୁ ଚାଲେଞ୍ଜ କରି ଦାୟର ମାମଲାରେ ସାନି ସତ୍ୟପାଠ ଦାଖଲ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଚୂଡାନ୍ତ ଶୁଣାଣି ମେ ୫କୁ ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଖଣ୍ଡପୀଠ କହିଛନ୍ତି।
from ଜିଲ୍ଲା | Sambad https://ift.tt/2QkxWeQ
0 Comments