
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା କୋଶଳା ଗ୍ରାମର ଶିମିଳିସାହି ଉଚ୍ଚପ୍ରାଥମିକ ବିଦ୍ୟାଳୟ ଜମି ଜବରଦଖଲ ପ୍ରତିବାଦରେ ୬୩ ନମ୍ବର ରାଜ୍ୟ ରାଜପଥରେ ଗ୍ରାମବାସୀଙ୍କ ରାସ୍ତାରୋକ ଆନ୍ଦୋଳନ ଜାରି ରହିଛି।
ସୂଚନାଯୋଗ୍ୟ ବିଦ୍ୟାଳୟ ଜମି ମୁଷ୍ଟିମେୟ ବ୍ୟକ୍ତି ଜବରଦଖଲ କରିଛନ୍ତି। ଜବରଦଖଲ ଉଚ୍ଛେଦ ନେଇ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ପ୍ରତିକାର କରାଗଲାନାହିଁ। ବାଧ୍ୟ ହୋଇ ଗ୍ରାମବାସୀ ଶିମିଳିସାହି ନିକଟରେ ଅନୁଗୁଳ-ଛେଣ୍ଡିପଦା ରାଜ୍ୟ ରାଜପଥକୁ ଆଜି ଭୋର ୬ ଟାରୁ ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି। ପୁଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ରାସ୍ତାରୋକ ଚାଲୁ ରହିଛି।
The post ସ୍କୁଲଜମି ଜବରଦଖଲ, ପ୍ରତିବାଦରେ ଶିମିଳିସାହି ଗ୍ରାମବାସୀଙ୍କ ରାସ୍ତାରୋକ first appeared on Sambad.from ଜିଲ୍ଲା | Sambad https://ift.tt/2OOWs7m
0 Comments