ହାଇଦରର ସହଯୋଗୀ ୟାକୁବ ଖାନ ଗିରଫ

କଟକ: ମହଙ୍ଗା ପଡ଼ିଲା ଗ୍ୟାଙ୍ଗଷ୍ଟର ହାଇଦରକୁ ବିରିୟାନୀ ଯୋଗାଇବା। ଗିରଫ ହେଲା ୟାକୁବ ଖାନ ଓରଫ ସାଲୁ। ମଙ୍ଗଳବାଗ ଥାନାରେ ରୁଜୁ ହୋଇଥିବା ମାମଲା ଆଧାରରେ ତାକୁ ଗିରଫ କରାଯାଇଛି।

ଗତକାଲି ଆତ୍ମସମର୍ପଣ କରିଥିଲା ସାଲୁ। ଏସସିବି ମେଡିକାଲରେ ଚିକିତ୍ସିତ ଥିବା ସମୟରେ ହାଇଦରକୁ ଭେଟି ବିରିୟାନୀ ଦେଇଥିଲା ସାଲୁ। ଗତକାଲି ଆତ୍ମସମର୍ପଣ ସମୟରେ ସେ ନିଜେ ଏହାକୁ ସ୍ବୀକାର କରିଥିଲା।

ବିରିୟାନୀରେ ନିଶାଦ୍ରବ୍ୟ ମିଶାଇ ଅଚେତ କରିବା ପରେ ହାଇଦର ଫେରାର ହୋଇଯାଇଥିଲା। ଏନେଇ ହାଇଦରଙ୍କ ସୁରକ୍ଷାରେ ଥିବା ଜଣେ କନେଷ୍ଟବଳ ମାମଲା ରୁଜୁ କରିଥିଲେ। ଗତକାଲି ସୋମବାର ସାଲୁ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିଲା। ଅନେକ ପଚରାଉଚରା ପରେ ପୁଲିସ ସାଲୁ ନିକଟରୁ ଅନେକ ତଥ୍ୟ ସଂଗ୍ରହ କରିଛି। ଆଜି ସାଲୁକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।

 

The post ହାଇଦରର ସହଯୋଗୀ ୟାକୁବ ଖାନ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3dcVTxl

Post a Comment

0 Comments