ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ କରୋନାର କରୁଣ କାହାଣୀ ଦେଖିବାକୁ ମିଳିଛି । ବାପା ମା’ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି। ଅଜା ପାଖରେ ଥିଲେ ଦୁଇ ନାବାଳକ। ଏଭଳି ସମୟରେ ବୁଧବାର ହଠାତ୍‌ କରୋନ‌ାରେ ଅଜାଙ୍କ ମୃତ୍ୟୁ ଘଟିବା ପରେ ନାବାଳକ ଦ୍ବୟ ବେସାହାରା ହୋଇ ପଡ଼ିଛନ୍ତି ।

ପ୍ରକାଶ ଯେ ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଏନ୍‌ଏସି ଅନ୍ତର୍ଗତ ମୋଗରାପାଲି ଗାଁ ଚଟନପଡ଼ା ନିବାସୀ ତୁଲସ ଯାଦବ ଗତ ୨୬ ତାରିଖ ଦିନ ନୂଆପଡ଼ା ଜିଲ୍ଲା କୋଭିଡ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ତାଙ୍କ ପୁଅ ବୋହୂ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି । ତାଙ୍କ ପାଖରେ ତାଙ୍କ ଦୁଇ ନାତି ଓ ନାତୁଣୀ ଆଶ୍ରିତ ହୋଇ ରହୁଥିଲେ। ହଠାତ୍ ତୁଲସଙ୍କ ମତ୍ୟୁରେ ଦୁଇ ନାବାଳକ ବେସାହାରା ହୋଇ ପଡ଼ିଛନ୍ତି। ଏହି ସମୟରେ ଖରିଆର ରୋଡ଼ ଏନ୍‌ଏସି ପକ୍ଷରୁ ସେମାନଙ୍କୁ ଆବଶ୍ୟକ ଖାଦ୍ୟପେୟ ସାମଗ୍ରୀର ସହାୟତା ଦିଆଯାଇଛି। ବରିଷ୍ଠ ଆଇନଜୀବୀ ତ୍ରୈଲୋକ ସୋନୀ ଓ ଖରିଆର ରୋଡ଼ ଏନ୍‌ସି କାର୍ଯ୍ୟ ନିର୍ବାହୀ ଅଧିକାରୀ କର୍ଣ୍ଣ ସୁନା ସୂଚନା ପାଇବା ପରେ ତୁରନ୍ତ ଦୁଇ ନାବାଳକଙ୍କୁ ରାସନ ସାମଗ୍ରୀ ପ୍ରଦାନ ପାଇଁ ବ୍ୟବସ୍ଥା କରିଛନ୍ତି ।

The post ଅଜା କରୋନାରେ ମୃତ, ଦୁଇ ନାବାଳକଙ୍କୁ ସହାୟତା ଦେଲା ଖରିଆର ରୋଡ଼ ଏନ୍‌ଏସି first appeared on Sambad.

from ଜିଲ୍ଲା | Sambad https://ift.tt/32YOM5G