ସିନାପାଲି : ମହାମାରୀ କରୋନା ମାଡ଼ରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଲୋକେ ଜୀବନ ଜୀବିକା ହରାଇବା ସହିତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କରୋନା ଏକ ମାରାତ୍ମକ ରୋଗ ହୋଇଥିବା ବେଳେ ଲୋକେ ରୋଗକୁ ଘୃଣା କରିବା ପରିବର୍ତ୍ତେ ରୋଗୀ ଓ ସେମାନଙ୍କ ଆତ୍ମୀୟ ସ୍ଵଜନଙ୍କୁ ମଧ୍ୟ ଘୃଣା କରିବା ଆରମ୍ଭ କଲେଣି। ଆକ୍ରାନ୍ତ ବ୍ୟକ୍ତିଙ୍କ ଉପସ୍ଥିତି ସ୍ଥାନ ତଥା ସ୍ପର୍ଶରେ ଆସିଥିବା ଜିନିଷପତ୍ରକୁ ମଧ୍ୟ ଘୃଣା କରୁଛନ୍ତି। ଫଳରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସିନାପାଲି ବ୍ଲକ ଘଣ୍ଟିଗୁଡ଼ା ପଞ୍ଚାୟତ ନଦୀଗାଁ ଗ୍ରାମରେ। ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଏକ ନଳକୂପକୁ ଛୁଇଁ ଦେଇଥିବାରୁ ଲୋକେ ସେହି ନଳକୂପକୁ ବ୍ୟବହାର କରୁ ନଥିବା ଅଭିଯୋଗ ହୋଇଛି। ବର୍ତମାନ ଗ୍ରୀଷ୍ମ ଦିନରେ ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ହେଲେ ଏଠାରେ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସିନା କିନ୍ତୁ ସେହି ନଳକୂପକୁ ବ୍ୟବହାର କରୁନାହାନ୍ତି। ଅଞ୍ଚଳରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

The post କରୋନା ଆକ୍ରାନ୍ତ ଛୁଇଁଦେଲା ବୋଲି ନଳକୂପକୁ ଯାଉ ନାହାନ୍ତି ଲୋକେ first appeared on Sambad.

from ଜିଲ୍ଲା | Sambad https://ift.tt/3vstAkI