
ପୁରୀ: ସିଦ୍ଧମହାବୀର ରେଳଫାଟକ ନିକଟ ହୁଳୁହୁଳିଆ ପୋଲ ପାଖ ରେଳଲାଇନ ନିକଟରୁ ଏକ ମୃତଦେହ ଉଦ୍ଧାର କରାଯାଇଛି। ଜିଆରପି ପୁଲିସ ମୃତଦେହ ଉଦ୍ଧାର କରିଛି। ମୃତଦେହ ପଡ଼ିଥିବା ସ୍ଥାନରୁ ଆଧାର କାର୍ଡ ଜବତ କରାଯାଇଛି।
ଆଧାର କାର୍ଡରୁ ମୃତକଙ୍କ ନାମ ମନମୋହନ ପଣ୍ଡା ବୋଲି ଜଣାପଡ଼ିଥିବା ବେଳେ ଘର ସତ୍ୟବାଦୀ ଥାନା ଅନ୍ତର୍ଗତ କବିରାଜପୁର ଗ୍ରାମରେ ବୋଲି ଜଣାପଡ଼ିଛି। ତେବେ ମୃତକଙ୍କ ପରିଚୟ ମିଳିବା ପରେ ଜିଆରପି ପୁଲିସ ଘଟଣାର ତଦନ୍ତ କରୁଛି। ପ୍ରାଥମିକ ତଦନ୍ତରୁ ପୁରୀ କଟକ ପାସେଞ୍ଜର ମେମୁ ଟ୍ରେନ ଧକ୍କାରେ ମନମୋହନଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି। ତେବେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
The post ରେଳଲାଇନ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର first appeared on Sambad.from ଜିଲ୍ଲା | Sambad https://ift.tt/3tGRkRN
0 Comments