
ପାଇକମାଳ : କରୋନାର ଦ୍ବିତୀୟ ତରଙ୍ଗ ଯୋଗୁଁ ବର୍ତ୍ତମାନ ସାରାଦେଶରେ ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ ଜିଲ୍ଲାରୁ ଶହ ଶହ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହେଉଥିବାରୁ ଏହାକୁ ନେଇ ଜିଲ୍ଲା ପ୍ରଶାସନ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଗୁରୁବାର ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲାଗୁ କରିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କୌଣସି ଭକ୍ତ ଓ ଶ୍ରଦ୍ଧାଳୁ ବର୍ତ୍ତମାନ ମହାପ୍ରଭୁଙ୍କର ଦର୍ଶନ କରିପାରିବେ ନାହିଁ। ମନ୍ଦିର ବାହାରୁ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ଓ ଧୂପଦୀପ ଅର୍ପଣ କରିବେ। କେବଳ ମହାପ୍ରଭୁଙ୍କ ନୀତିକାନ୍ତି କରାଯିବ ବୋଲି ମନ୍ଦିର କାର୍ଯନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ଦେଇଛନ୍ତି।
The post ନୃସିଂହନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗୁ ହେଲା କଟକଣା first appeared on Sambad.from ଜିଲ୍ଲା | Sambad https://ift.tt/2QnLcPS
0 Comments