କାଳିଆପାଣି : ଖରାଦିନେ ବିଭିନ୍ନ ପୋଖରୀ ଓ ଜଳାଶୟ ପାଣି କମିବା ସୁଯୋଗରେ ମାଛ ମରା ଓ ହାଣ୍ଡିଆହାଟରେ ଭିଡ଼। ଆଜି ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କ ପାର୍ଶ୍ବସ୍ଥ କାଙ୍କଡ଼ପାଳ-ବାମ୍ବିଲୋ ଗାଁ ମଝିରେ ଥିବା ଏକ ପୋଖରୀରେ ମାଛମରାକୁ ନେଇ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଦେଢ଼ ଏକର ପାଖାପାଖି କ୍ଷେତ୍ରଫଳ ବିଶିଷ୍ଟ ଜମିରେ ଖୋଳା ଯାଇଥିବା ଏହି ପୋଖରୀରେ ଶତାଧିକ ଲୋକ ମାଛ ମାରୁଥିଲେ। ସେହିପରି କୁହିକା ଡାକ୍ତରଖାନା ସମ୍ମୁଖ ଆମ୍ବଗଛ ମୂଳେ ହାଣ୍ଡିଆ ବିକାଳି ଓ ସେବନକାରୀଙ୍କ ମେଳା ବସିଥିବା ଦେଖାଯାଇଥିଲା। ଏଠାରେ ନା’ କାହା ମୁହଁରେ ମାସ୍କ୍‌ ଥିଲା ନା’ କେହି ସାମାଜିକ ଦୂରତାକୁ ମାନୁଥିଲେ।

ଏଠି ସବୁଦିନ ଏମିତି ହାଣ୍ଡିଆ ହାଟ ଚାଲୁଥିବା ନେଇ ପୂର୍ବତନ ସରପଞ୍ଚ ଦୀପକ କୁମାର ନାୟକ କହିଛନ୍ତି। କୁହିକା ପଞ୍ଚାୟତରେ କରୋନା ମାଡ଼ୁଥିବା ବେଳେ ଉଭୟ ଜାଗାରେ ଏଥିପ୍ରତି କେହି ସଚେତନ ଥିବା ପରି ମନେ ହେଉନଥିଲା।

The post ପୋଖରୀରେ ମାଛଧରା ଓ ହାଣ୍ଡିଆ ହାଟରେ ଭିଡ଼  first appeared on Sambad.

from ଜିଲ୍ଲା | Sambad https://ift.tt/3aNWfsD