
ପୁରୀ : ପୁରୀକୁ ବୁଲିବାକୁ ଆସିଥିବାବେଳେ ଜଣେ ଯୁବତୀ ଅସଦାଚରଣର ଶିକାର ହୋଇଛନ୍ତି। ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଅଟକ ରଖି ତଦନ୍ତ ଚଳାଇଛି।
ଖବର ନେବାରେ ଜଣାପଡ଼ିଛି ଯେ ଭୁବନେଶ୍ବରର ଜଣେ ଯୁବତୀ ଏବଂ ଜଣେ ସର୍ମ୍ପକୀୟ ଭାଇଙ୍କ ସହିତ ପୁରୀ ବୁଲିବାକୁ ଆସିଥିଲେ। ସେମାନେ ଆଜି ସମୁଦ୍ରକୂଳ ଥାନା ଅନ୍ତର୍ଗତ କସ୍ତୁରୀ ରେଷ୍ଟୁରାଣ୍ଟରେ ଖାଇବା ସମୟରେ ତାଙ୍କୁ ଚାରିଜଣ ଅସାମାଜିକ ଯୁବକ ବିଭିନ୍ନ ପ୍ରକାର କମେଣ୍ଟ୍ ମାରିବା ସହିତ ଅସଦାଚରଣ କରିଥିଲେ। ଏନେଇ ସେ ପୁଲିସକୁ ଫୋନ୍ କରିବାରୁ ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୁଲିସ ଏବଂ ଦୁଇଟି ପିସିଆର୍ ଭ୍ୟାନ୍ ପହଞ୍ଚି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ତେବେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ପୁଲିସ ଏହି ୪ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି। ତାଙ୍କ ଅଭିଯୋଗକୁ ଭିତ୍ତିକରି ସମୁଦ୍ରକୂଳ ଥାନା ପୁଲିସ ଏକ ମାମଲା ରୁଜୁ କରି ଏହି ୪ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି। ସମ୍ପୃକ୍ତ ଯୁବତୀ ନିଜକୁ ଜଣେ ପୂର୍ବତନ ବିଧାୟକଙ୍କ ଝିଅ ବୋଲି କହିଥିବା ଜଣାପଡ଼ିଛି। ତେବେ, ଏହାର ସତ୍ୟାସତ୍ୟ ଜଣାପଡ଼ିନି।
The post ପୁରୀରେ ଯୁବତୀଙ୍କୁ ଅସଦାଚରଣ, ୪ ଅଟକ first appeared on Sambad.from ଜିଲ୍ଲା | Sambad https://ift.tt/3gRl5vB
0 Comments