
ଭଞ୍ଜନଗର: ଭଞ୍ଜନଗରରେ ଚାଲିଥିବା ଏକ ନକଲି ଘିଅ ଓ ତେଲ କାରଖାନା ଉପରେ ଆଜି ପୁଲିସ୍ ଚଢଉ କରି ଲକ୍ଷାଧିକ ଟଙ୍କାର ନକଲି ଘିଅ,ନଡ଼ିଆ ତେଲ,ରାଶି ତେଲ ଆଦିକୁ ଜବତ କରିଥିବା ଜଣାପଡ଼ିଛି ।
ଆଜି ସଂନ୍ଧ୍ୟା ସମୟରେ ବିଶ୍ବସ୍ତ ସୁତ୍ରୁର ଖବର ପାଇ ପୁଲିସ୍ ଟିମ୍ କଲେଜ୍ ରୋଡ଼ ସ୍ଥିତ ବାଇପାସ୍ ଛକ ନିକଟରେ ଥିବା ଏହି ଗୋଦାମରେ ଚଢଉ କରିଥିଲା। ସେଠାରେ କିଛି ମହିଳା ଅପମିଶ୍ରିତ ଘିଅ ଓ ତେଲକୁ ପ୍ୟାକେଟିଂ କରୁଥିବା ବେଳେ ସେଠାରେ ଘିଅ ପ୍ରସ୍ତୁତର କଞ୍ଚା ମାଲ୍,ଖାଲି ପ୍ୟାକେଟ୍,ତେଲ ଡ଼ବା,ନକଲି ତେଲ ଖୋଳ,ଓଜନ ମେସିନ୍,ମରିଚ ଗୁଣ୍ଡ ପ୍ୟକେଟ୍,ମସଲା ଗୁଣ୍ଡ ପ୍ୟାକେଟ୍,ବ୍ୟାରେଲ୍,ଚୁଲା,ଗ୍ୟାସ୍ ଅଦି ରହିଥିବା ଦେଖିବାକୁ ପାଇଥିଲା।

ଖବର ଲେଖାଯିବା ପର୍ଯ୍ୟନ୍ତ ଚଢଉ ଜାରି ରହିଛି। କେତେ ପରିମାଣର କେଉଁ ସାମଗ୍ରୀ ଜବତ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ପୁଲିସ୍ ସ୍ପଷ୍ଟ କରିନାହିଁ। ସାମଗ୍ରୀ କେଉଁଠାରୁ ଆସୁଥିଲା। କିଭଳି ବିକ୍ରି କରାଯାଉଥିଲା। ସେ ସଂପର୍କରେ କୌଣସି ସୂଚନା ନଥିବା ବେଳେ ଚଢଉ ସଂପର୍କରେ ପୁଲିସ୍ କୌଣସି ସୂଚନା ଦେବା ପାଇଁ ମନା କରିଛି । ଯାଞ୍ଚ ପରେ ନକଲି ଘିଅ କାରଖାନା ନା ଅସଲି ଜଣାପଡ଼ିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ପ୍ରକାଶ କରିଛନ୍ତି। ତେବେ ଏହି ନକଲି କାରଖାନା ମଧ୍ୟରେ ଅପ୍ରମିଶ୍ରଣ ହେବା ସହ ଭେଜାଲ ସାମଗ୍ରୀ ପ୍ରସ୍ତୁତ ହେଉଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଥିବା ପୁଲିସ୍ ପ୍ରକାଶ କରିଛି । ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ନେତୃତ୍ବରେ ଏସ୍ଆଇ ସମୀର କୁମାର ବେହେରା ପୁଲିସ୍ ଫୋର୍ସ ସହ ଏହି ଚଢଉରେ ସାମିଲ ହୋଇଥିଲେ । ଏହି ଗୋଦାମରେ ରହିଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ୍ ଅଟକ ରଖି ପଚରା ଉଚୁରା କରିବା ସହ କାଗଜପତ୍ର ଯାଞ୍ଚ ଚାଲିଥିବା ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।
The post ଭଞ୍ଜନଗରରେ ନକଲି ଘିଅ ଓ ତେଲ ଅପମିଶ୍ରଣ କାରଖାନା ଉପରେ ଚଢଉ first appeared on Sambad.from ଜିଲ୍ଲା | Sambad https://ift.tt/3xpIqKK
0 Comments