
ଅନୁଗୁଳ: ଅନୁଗୁଳ ଜିଲ୍ଲାର ତାଳଚେର ଅନନ୍ତ କୋଇଲା ଖଣିରେ ଏକ ଅଘଟଣ ଘଟିଯାଇଛି। ଜାଣିବାକୁ ମିଳିଛି ଯେ ଖଣିର ରେଳ ୱାଗନରେ କୋଇଲା ଲୋଡ ହୋଇ ପରିବହନ ପାଇଁ ପ୍ରସ୍ତୁତ ହେଉଥିଲା। ଏହି ସମୟରେ କୁଆଡୁ ଏକ ଚିତ୍କାର ଶୁଭିଲା। କିଏ କେଉଁଠି ଚିତ୍କାର କରୁଛି ବୋଲି ଖୋଜିବାରୁ ଜଣେ ବ୍ୟକ୍ତିଙ୍କ ଶରୀର ସମ୍ପୂର୍ଣ୍ଣ କୋଇଲାରେ ପୋତି ହୋଇ ଯାଇଥିବା ବେଳେ କେବଳ ମୁଣ୍ଡଟି ବାହାରକୁ ଦେଖା ଯାଉଥିବା ଶ୍ରମିକମାନେ ଦେଖିବାକୁ ପାଇଥିଲେ।
ସମ୍ପୃକ୍ତ ବ୍ୟକ୍ତି ଜଣକ ବିକଳ ହୋଇ ଚିତ୍କାର କରି ଡାକ ପକାଇ ଚାଲିଥିଲ। ଏହା ଦେଖି ଶ୍ରମିକମାନେ ତୁରନ୍ତ କୋଇଲା ଲୋଡିଂ ବନ୍ଦ କରିବା ସହ କର୍ତ୍ତୃପକ୍ଷଙ୍କୁ ଖବର ଦେଇ କୋଇଲାରେ ପୋତି ହୋଇ ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ପ୍ରାୟ ୧ ଘଣ୍ଟାର ପରିଶ୍ରମ ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏବେ ସେଣ୍ଟ୍ରାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଖଣିରେ ଢିଲା ସୁରକ୍ଷା ବ୍ୟବସ୍ଥା ଓ ଖଣି କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ସୌଭାଗ୍ୟକୁ ବ୍ୟକ୍ତି ଜଣଙ୍କ ଏକ ନିଶ୍ଚିତ ମୃତ୍ୟୁ ମୁହଁରୁ ବର୍ତ୍ତି ଯାଇଛନ୍ତି।
The post ଅନୁଗୁଳ: ଖଣିରେ ଅଘଟଣ, ଅଳ୍ପକେ ବର୍ତ୍ତିଲେ କୋଇଲାରେ ପୋତି ହୋଇ ଯାଇଥିବା ବ୍ୟକ୍ତି first appeared on Sambad.from ଜିଲ୍ଲା | Sambad https://ift.tt/3mGeJAd
0 Comments