
ଜୟପୁର: ଜେଲ ଭିତରେ ଗଞ୍ଜେଇ କାରବାର ଅଭିଯୋଗ ଆସିବା ପରେ ଜୟପୁର ଉପକାରାଗାର ଉପରେ ପୁଲିସ ଚଢାଉ କରିଛି। ଜେଲ ଭିତରେ ଗଞ୍ଜେଇ କାରବାର ଚାଲିଥିବା ସନ୍ଦେହ କରି ଏହି ଚଢାଉ କରିଛି ପୁଲିସ।।
ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ୪ଟାରୁ ଏହି ଚଢାଉ ଆରମ୍ଭ ହୋଇଛି । କୋରାପୁଟରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏସପିଙ୍କ ସମେତ ଜୟପୁରର ବହୁ ପୁଲିସ ଅଧିକାରୀ ଏହି ଚଢାଉରେ ସାମିଲ ହୋଇଛନ୍ତି । ଜେଲ ଭିତରେ ବଡ଼ଧରଣ ଗଞ୍ଜେଇ କାରବାର ନେଇ ପୁଲିସକୁ ସୂଚନା ମିଲିଥିଲା । ଏହାପରେ ପୁଲିସ ଛାନଭିନ ଚଳାଇଛି । ବାହାରକୁ ବାହାରିବା ପରେ ପୂରା ଘଟଣା ଜଣାପଡ଼ିବା ଆଶା କରାଯାଉଛି । ଯଦି ଏହି ଘଟଣା ସତ ହୁଏ ତେବେ ସମାଜକୁ ଏକ ଖରାପ ବାର୍ତ୍ତା ଯିବ । ଅପରାଧ କଲେ ଯେଉଁଠି ଦଣ୍ଡ ଭୋଗିବା ପାଇଁ ଅପରାଧୀଙ୍କୁ ରଖାଯାଏ, ସେଠାରେ ଗଞ୍ଜେଇ କାରବାର ଚାଲିଛି।
The post ଜୟପୁର ଉପକାରାଗାରରେ ଗଞ୍ଜେଇ କାରବାର ଅଭିଯୋଗ, ଚଢ଼ାଉ କଲା ପୁଲିସ୍ first appeared on Sambad.from ଜିଲ୍ଲା | Sambad https://ift.tt/32mnvd5
0 Comments