
ଢେଙ୍କାନାଳ: ସହରର ଯାଉଁଳି ପୋଖରୀରୁୁ ରବିବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାଇ ସ୍ଥାନୀୟ ଗୋଡ଼ି ସାହି ଅଞ୍ଚଳର ଗଗନ ଜେନା (୩୫) ଗତକାଲି ଦିନ ଗୋଟାଏ ବେଳେ ଶୌଚ ହେବାକୁ ଯାଉଁଳି ପୋଖରୀକୁ ଆସିଥିଲେ। ତେବେ ସେ ଘରକୁ ନ ଫେରିବାରୁ ଘର ଲୋକ ତାଙ୍କୁ ଖୋଜାଖୋଜି କରିଥିଲେ। ଆଜି ସକାଳୁ ସାହିର କିଛି ଲୋକ ଶୌଚ ହେବାକୁ ପୋଖରୀକୁ ଆସିଥିବା ବେଳେ ତାଙ୍କ ମୃତଦେହ ଭାସୁ ଥିବାର ଦେଖିଥିଲେ। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଗଗନ ଜଣେ ଝାଡୁଦାର ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି।
The post ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ି ଯୁବକ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/2Qxizjd
0 Comments