
ରାଉରକେଲା: ରାଜ୍ୟରେ କରୋନା ସ୍ଥିତି ଦିନକୁୁ ଦିନ ବିଗିଡ଼ିବାରେ ଲାଗିଛି। ସଂକ୍ରମଣ ବଢ଼ିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ସରକାର ସେମାନଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିବା ଆରମ୍ଭ କରିଛନ୍ତି। କରୋନାର ପ୍ରଥମ ଲହର ପରେ ବନ୍ଦ କରାଯାଇଥିବା କୋଭିଡ ହସ୍ପିଟାଲକୁ ସରକାର ପୁଣି ଥରେ ପର୍ଯ୍ୟାୟକ୍ରମେ ଖୋଲିବା ଆରମ୍ଭ କରିଛନ୍ତି। ଏମଧ୍ୟରେ ସେଲ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସୁପର ସ୍ପେସିଆଲିଟି ହସ୍ପିଟାଲରେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କରାଯିବ ବୋଲି ଜଣାପଡ଼ିଛି। ସେଲ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଏନେଇ ଟୁଇଟ କରି ସୂଚନା ଦିଆଯାଇଛି।
ଟୁଇଟରେ ଲେଖାଯାଇଛି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ ଅନୁଯାୟୀ ଏବଂ ଓଡ଼ିଶା ସରକାରଙ୍କ ସହଯୋଗରେ, ସେଲ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସୁପର ସ୍ପେସିଆଲିଟି ହସ୍ପିଟାଲରେ ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କ ଚିକିତ୍ସା ଆରମ୍ଭ କରିବାକୁ ପ୍ରସ୍ତୁତ, ଯାହା ଏହି ଅଞ୍ଚଳର ସ୍ୱାସ୍ଥ୍ୟସେବାକୁ ଆହୁରି ବଢ଼ାଇବ।
As instructed by HSM @dpradhanbjp and in collaboration with the Govt of Odisha, the Super Specialty Hospital of SAIL, RSP is ready to start treatment of critically ill COVID-19 patients which will further boost health care facilities of the region. #Unite2FightCorona pic.twitter.com/MRfnjHEeE4
— SAIL Rourkela Steel Plant (@sailrsp1) April 24, 2021
ଏହା ପୂର୍ବରୁ ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍-୧୯ ମାମଲାକୁ ଦୃଷ୍ଟିରେ ରଖି ତାଳଚେରସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ୍-୧୯ ହସ୍ପିଟାଲରେ ପରିଣତ କରିବା ପାଇଁ ଅନୁମତି ଦେବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଏଥିସହ ଖୁବଶୀଘ୍ର ଏହି ହସ୍ପିଟାଲରେ ଆଇସିୟୁ ସୁବିଧା ଓ ୧୦୦ଟି ଭେଣ୍ଟିଲେଟର ବ୍ୟବସ୍ଥା କରିବା ପାଇଁ ମଧ୍ୟ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ।
The post ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସୁପର ସ୍ପେସିଆଲିଟି ହସ୍ପିଟାଲରେ ଆରମ୍ଭ ହେବ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା first appeared on Sambad.from ଜିଲ୍ଲା | Sambad https://ift.tt/3vfHre9
0 Comments