
ତୁଷୁରା : ଗୁଡ଼ଭେଲା ବ୍ଲକ୍ ମାଢ଼େକେଲା ପଞ୍ଚାୟତ ଶିରାବାହାଲ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଦୁଇଗୋଷ୍ଠୀ ମଧ୍ୟରେ ହୋଇଥିବା ମାରଧର ଓ ମଳ ବୋଳିବା ଘଟଣାରେ ଆଉ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଭୟରେ ହରିଜନପଡ଼ାର ଲୋକେ ଘର ଛାଡ଼ି ଅନ୍ୟତ୍ର ପଳାଇଥିବା ବେଳେ ଗାଁ ଶୂନ୍ଶାନ ହୋଇଯାଇଛି।
ପ୍ରକାଶ ଯେ,ଗୁଡ଼ଭେଲା ଶିରାବାହାଲ ଗାଁର ଶୁକ୍ରୁ ନାଗ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରୁଥିଲେ ସେହି ଗାଁର ବିରଞ୍ଚି ଛତ୍ରିଆ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇ ବିରାଟ ଗଣ୍ତଗୋଳର ରୂପ ନେଇଥିଲା। ଶୁକ୍ରୁଙ୍କ ମୁହଁରେ ମଳ ବୋଳି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହି ଗଣ୍ଡଗୋଳକୁ ନେଇ ତୁଷୁରା ଥାନାରେ ଉଭୟ ପକ୍ଷ ଏତଲା ଦେଇଥିଲେ। ପୁଲିସ ୨୬ ଜଣଙ୍କ ନାମରେ ମାମଲା ରୁଜୁ କରି ଶନିବାର ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ରବିବାର ପୁଲିସ ଉକ୍ତ ଗାଁର ହରିଜନପଡ଼ାକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। ହେଲେ ସେଠରେ କେହି ନଥିବା ଦେଖିବାକୁ ପାଇଥିଲା। ରବିବାର ଶୁକ୍ରୁ ଗୋଷ୍ଠୀର ବିମାନ ଛତ୍ରିଆଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
The post ଗୁଣିଗାରେଡ଼ି ସନ୍ଦେହରେ ଗଣ୍ଡଗୋଳ ଘଟଣା : ଆଉ ଜଣେ ଗିରଫ, ଗାଁ ଶୂନ୍ଶାନ first appeared on Sambad.from ଜିଲ୍ଲା | Sambad https://ift.tt/3fFXBZO
0 Comments