
ଚଣ୍ତିଖୋଲ : ପ୍ରାତଃଭ୍ରମଣ ବେଳେ ଗୋଡ଼ ଖସିଯିବାରୁ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଆହତ ହୋଇଛନ୍ତି। ଆଜି ଭୁବନେଶ୍ବରଠାରେ ସେ ପ୍ରାତଃଭ୍ରମଣରେ ଯାଉଥିବା ବେଳେ ରାସ୍ତାରେ ଥିବା ଏକ ଖାଲରେ ତାଙ୍କ ବାମ ଗୋଡ଼ ପଡି ଯାଇଥିଲା। ଗୋଡ଼ ଜଖମ ହୋଇଯିବାରୁ ସଙ୍ଗେସଙ୍ଗେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କୁ ଏକମାସ ପର୍ଯ୍ୟନ୍ତ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏ ଖବର ପାଇ ବହୁ ମନ୍ତ୍ରୀ, ବିଧାୟକ ତଥା ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ବ୍ଲକ ଅଧ୍ୟକ୍ଷ ଭାଗ୍ୟଧର ମଲିକ, ନିରଞ୍ଜନ ସେନାପତି, ଅରବିନ୍ଦ ସାମଲ, ଗଣେଶ୍ବର ବରାଳ, ଆଶିଷ ରଂଜନ ଚୌଧୁରୀ, ଅମିନ ନାୟକ, ଯଚୀନ୍ଦ୍ର ନାୟକ, ଯଯାତି କେଶରୀ ରାଉତ, ମିହିର ପ୍ରତାପ ଦାସ, ସାରଦା ପ୍ରସନ୍ନ ମହାନ୍ତି, ସଂଜୟ ସ୍ବାଇଁ, ଶ୍ରୀକୁମାର ପାତ୍ର, ପ୍ରଭାକର ସାହୁ, ଫନୀନ୍ଦ୍ର ନାଥ ପଣ୍ତା, ଅମିୟ ବିଶ୍ବାଳ, ସେକ ମୋଇନ ଅହେମଦ, ସେକ ଅବଦୁଲ ଗନି, କିବିରିୟା ଖାଁ, ଅକ୍ଷୟ କୁମାର ବଳ, ଅନନ୍ତ କିଶୋର ଜେନା, ମନୋଜ କୁମାର ପରିଡ଼ା ଓ ସୌଭାଗ୍ୟଲକ୍ଷ୍ମୀ ବଳଙ୍କ ସମେତ ବହୁ ଶୁଭେଛୁ ଆଶୁ ଆରୋଗ୍ୟ କାମନା କରିଛନ୍ତି।
The post ବିଧାୟକ ଅମର ଶତପଥୀ ଆହତ first appeared on Sambad.from ଜିଲ୍ଲା | Sambad https://ift.tt/3fDhhO1
0 Comments