ରାଉରକେଲା: ଆଜି ଲକ ଡାଉନର ତୃତୀୟ ଦିନl କଳାବଜାରୀ ରୋକିବା ସହ କୋଭିଡ କଟକଣା ମାନୁ ନ ଥିବା ଅମାନିଆଙ୍କୁ ସାବାଡ କରିବାକୁ ସକାଳୁ ଚଢ଼ାଉକୁ ଜୋରଦାର କରାଯାଇଛିl ଆରଏମସି ଏନଫୋର୍ସମେଣ୍ଟ ଟିମ ପ୍ଲାଣ୍ଟସାଇଟ, ଓରାମପଡା, ଟ୍ରାଫିକ ମାର୍କେଟ, ଡେଲି ମାର୍କେଟ, ଛେଣ୍ଡରେ ଚଢ଼ଉ ଆରମ୍ଭ କରିଛି। କୋଭିଡ କଟକଣା ନିୟମ ଭଙ୍ଗ ପ୍ରତିବାଦରେ ବିଭିନ୍ନ ମାର୍କେଟରେ ୫ଟି ଦୋକାନ ସିଲ୍ କରିବା ସହ ଜରିମାନା ଆଦାୟ କରାଯାଇଛି। ସେମିତି ରାସନ ସାମଗ୍ରୀର ହୋଲସେଲ ମାର୍କେଟ ଉପରେ ଯୋଗାଣ ବିଭାଗ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି।

ଅନାବଶ୍ୟକୀୟ ଭାବେ ବିଭିନ୍ନ ସାମଗ୍ରୀ ଗଚ୍ଛିତ ରଖି ଖୁଚୁରା ବଜ଼ାରରେ କୁତ୍ରିମ ଅଭାବ ସୃଷ୍ଟି କରୁଥିବା ଅଭିଯୋଗ ପାଇବା ପରେ ଏହି ଚଢ଼ାଉ ଆରମ୍ଭ ହୋଇଛି। କେତେକ ବ୍ୟବସାୟିକ ପ୍ରତିଷ୍ଠାନ ଗଚ୍ଛିତ ରଖିଥିବା ସାମଗ୍ରୀର ପରିମାଣ ସୂଚନା ବୋର୍ଡରେ ଲେଖି ନ ଥିବାରୁ ଜରିମାନା ମଧ୍ୟ ଆଦାୟ ହୋଇଛି। ଏବେ ବି ଚଢ଼ାଉ ଜାରି ରହିଛି।

The post ରାଉରକେଲାରେ ଚଢ଼ାଉ ଜୋରଦାର, ୫ ଦୋକାନ ସିଲ୍ first appeared on Sambad.

from ଜିଲ୍ଲା | Sambad https://ift.tt/3uspOIc