ଵାଲିଶଙ୍କରା(ସୁନ୍ଦରଗଡ଼):ଗୁରୁବାର ବିଳମ୍ବିତ ରାତିରେ କିଞ୍ଜିରକେଲା ଥାନା ତିଲଡେଗା-ରଷ୍ଟି ମଝିରେ ଏକ ହାଇୱା ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଡ୍ରାଇଭର ଚାପି ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି। ସିକାଯୋର ଗାଁରେ ଚିପ୍ସ ଓହ୍ଲାଇ ସୁନ୍ଦରଗଡ଼କୁ ଫେରୁଥିବା ବେଳେ ଗାଡ଼ିଟି ରାସ୍ତା କଡ଼ ଏକ ଗଛରେ ପିଟି ହୋଇ ଓଲଟି ପଡ଼ିଥିଲା।
ଆଜି ସକାଳୁ ସ୍ଥାନୀୟ ଲୋକଙ୍କ ନଜରକୁ ଆସିବା ପରେ ପୁଲିସକୁ ସୂଚନା ପହଞ୍ଚିଥିଲା। ପୁଲିସ ତୁରନ୍ତ ଘଟଣାସ୍ଥଳକୁ ଯାଇ ମୃତ ଡ୍ରାଇଭରଙ୍କର ଶବକୁ ଉଦ୍ଧାର କରି ବ୍ୟଵଚ୍ଛେଦ ପାଇଁ ପଠାଇଛି। ଏନେଇ କିଞ୍ଜିରକେଲା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ ହୋଇଛି।

The post ଓଲଟିଲା ହାଇୱା, ଡ୍ରାଇଭର ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3o2fqV5