
ଦଶପଲ୍ଲା: ଗତକାଲି ବିଳମ୍ବିତ ରାତିରେ କଟକରୁ ବଲାଙ୍ଗୀର ଯାଉଥିବା (ଓଡି୦୨ ଏଜେଡ୍ ୫୫୯୬) ଓଏସଆରଟିସି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାତି ପ୍ରାୟ ୧୨ଟା ସମୟରେ ୫୭ ନମ୍ବର ଯତୀୟ ରାଜପଥ ର ଦୁର୍ଗାପ୍ରସାଦ ଠାରେ ବସଟି ଏକ ଗଛରେ ଧକ୍କା ଦେଇଥିଲା।
ବସରେ ୨୦ ଜଣ ହାଉସ ସର୍ଜନ ଡାକ୍ତର ଥିବା ବେଳେ ୮ ଜଣ ଆହତ ହୋଇଥିଲେ। ଖବରପାଇ ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ, ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ରଶ୍ମିରଞ୍ଜନ ଭଦ୍ରା, ଥାନା ଅଧିକାରୀ କିରଣ ହେମ୍ବ୍ରମ ଏବଂ ଦମକଳ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିବା ତହସିଲଦାର ଶ୍ରୀ ଖେମୁଣ୍ଡୁ କହିଛନ୍ତି। ସମସ୍ତ ଡାକ୍ତରଙ୍କୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ପଠାଯିବାର ବ୍ୟବସ୍ଥା କରାଯାଉଛି।
The post କଟକରୁ ବଲାଙ୍ଗୀର କୋଭିଡ ଡ୍ୟୁଟିରେ ଯାଉଥିବା ଡାକ୍ତରଙ୍କ ଗାଡ଼ି ଦୁର୍ଘଟଣା, ୮ ଡାକ୍ତର ଆହତ first appeared on Sambad.from ଜିଲ୍ଲା | Sambad https://ift.tt/3tsbUEr
0 Comments