ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଆକ୍ସିସ ବ୍ୟାଙ୍କରେ ଆଜି ମଧ୍ୟାହ୍ନରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗି ଲକ୍ଷାଧିକ ଟଙ୍କାର କାଗଜପତ୍ର ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ସେତେବେଳକୁ ବ୍ୟାଙ୍କରେ ଗରାଖଙ୍କ ଗହଳି ଓ କର୍ମଚାରୀ ଥିବା ବେଳେ ହଠାତ ନିଆଁ ଲାଗିଥିଲା। ହେଲେ ଅଗ୍ନିକାଣ୍ଡରୁ କାହାର କିଛି ହୋଇ ନଥିବା ଜଣାପଡ଼ିଛି।

ସଟ୍ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ସୂଚନା ମିଳିଛି। ଖବରପାଇ ତାଳଚେର ଅଗ୍ନିଶମ ବିଭାଗକୁ ତୁରନ୍ତ ଆସି ନିଆଁକୁ ଆୟତ୍ତ କରିଛନ୍ତି।

 

The post ତାଳଚେର ଆକ୍ସିସ ବ୍ୟାଙ୍କରେ ଅଗ୍ନିକାଣ୍ଡ first appeared on Sambad.

from ଜିଲ୍ଲା | Sambad https://ift.tt/3b8uRWK