ଭଦ୍ରକ: ବାତ୍ୟା ‘ୟାସ୍’ର ପ୍ରକୋପ ଭଦ୍ରକ ଜିଲ୍ଲାରେ ପରିଲକ୍ଷିତ ହେବା ପରେ ଏବଂ ଚାରିଟି ବ୍ଲକରେ ବନ୍ୟାର ଆଶଙ୍କା ଦେଖା ଦେଇଛି।

ଏବେ  ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଦିନ ୧୧ଟା ସୁଦ୍ଧା ଆଖୁଆପଦାଠାରେ ବୈତରଣୀର ଜଳସ୍ତର ୧୬.୯୫ ଥିଲା ଏବେ ଏହା ୧୭.୯୨ ମିଟରକୁ ବୃଦ୍ଧି ପାଇଥିବା କୁହାଯାଉଛି। ଏଠାରେ ବିପଦ ସଂକେତ ୧୭.୮୩ ।

ଏହି କାରଣରୁ ଯଦି ଉପରମୁଣ୍ଡରୁ ଅଧିକ ଜଳ ପ୍ରବାହିତ ହୁଏ ତେବେ ଭଦ୍ରକ ଜିଲ୍ଲାର ଚାରିଟି ବ୍ଲକରେ ବନ୍ୟାର ଆଶଙ୍କା ଦେଖା ଦେଇଛି। ଏହି ବ୍ଲକଗୁଡ଼ିକ ହେଲା  ଭଣ୍ଡାରୀପୋଖରୀ, ଚାନ୍ଦବାଲି, ଧାମନଗର ଓ ତିହିଡ଼ି। ଏହି ବ୍ଲକଗୁଡ଼ିକର ୧୪ଟି ପଞ୍ଚାୟତ ଏହାଦ୍ବାରା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖା ଦେଇଛି।

ଏଣେ ମାଲଦାରେ ଭଣ୍ଡାରୀପୋଖରୀ ଓ ଯାଜପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଥିବାର ସୂଚନା ରହିଛି।

The post ବିପଦ ସଂକେତ ଟପିଲା ବୈତରଣୀ ନଦୀର ଜଳସ୍ତର: ଭଦ୍ରକ ଜିଲ୍ଲାରେ ଚାରିଟି ବ୍ଲକରେ ବନ୍ୟାର ଆଶଙ୍କା  first appeared on Sambad.

from ଜିଲ୍ଲା | Sambad https://ift.tt/3oSrOHE