ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ଅବକାରୀ ବିଭାଗ ପକ୍ଷରୁ ବେଆଇନ ଦେଶୀ ମଦ ତିଆରି କରୁଥିବା ମାଫିଆଙ୍କ ଉପରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ ଜବତ କରିବା ସହ ଜଣକୁ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ଜଣକ ମଖାପଦର ନିବାସୀ ବେଣୁଧର ମାଝୀ(୪୫) ବୋଲି ଜଣାପଡ଼ିଛି।

ପ୍ରାପ୍ତ ଖବର ଅନୁସାରେ ଅବକାରୀ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମଖାପଦର ଓ ଗଣ୍ଡାବାହାଲି ଠାରେ ଅଚାନକ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ପ୍ରାୟ ଅଢ଼େଇ କୁଇଣ୍ଟାଲ ମହୁଲ ପୋଚ ଏବଂ ମଦ ରନ୍ଧା ସାମଗ୍ରୀ ଜବତ କରିବା ସହ ଜଣକୁ ଗିରଫ କରାଯାଇଛି। ଏହି ଚଢ଼ାଉ ସମୟରେ ଅବକାରୀ ଇନ୍ସପେକ୍ଟର ଗଦାଧର ମହାରଣାଙ୍କ ସମେତ ବିଭାଗୀୟ କର୍ମଚାରୀ ପୁରୋହିତ ବନ୍ଦୀଛୋର, ରୀତାଞ୍ଜଳି ଶବର ଓ ସରୋଜ କଟା ପ୍ରମୁଖ ସାମିଲ ଥିଲେ।

The post ସିନାପାଲିରେ ଅବକାରୀ ଚଢ଼ାଉ: ମହୁଲ ପୋଚ ଜବତ, ଜଣେ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3fmIXGe