
ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଅଘଟଣ। ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ବେଳେ ସାପ କାମୁଡ଼ାରେ ଗୋବିନ୍ଦପୁର ଗାଁର ଅରୁଣ କୁମାର ଦାଶଙ୍କ ୧୧ବର୍ଷର ପୁଅ ଅଭିଷେକ, ଓ ୩ବର୍ଷର ଝିଅ ଭୂମିକାର ମୃତ୍ୟୁ ଘଟିଛି। ମୃତକ ୨ ଶିଶୁ ସମ୍ପର୍କରେ ଭାଇ ଭଉଣୀ।
ସୂଚନା ଅନୁଯାୟୀ ଗତକାଲି ରାତିରେ ଖାଇସାରିବା ପରେ ମାଙ୍କ ପାଖରେ ଅଭିଷେକ ଓ ଭୂମିକା ଶୋଇଥିଲେ। ହେଲେ ବିଳମ୍ୱିତ ରାତିରେ ପ୍ରଥମେ ଅଭିଷେକର ହାତକୁ ସାପ କାମୁଡ଼ି ଥିଲା। ଅଭିଷେକ ଚିତ୍କାର କରିବାରୁ ଘର ଲୋକେ ଉଠିପଡ଼ିଥିଲେ। ଦେଖିବା ବେଳକୁ ସାପଟି ନିକଟରେ ଖେଳୁଛି ଏବଂ ଅଭିଷେକର ହାତରୁ ରକ୍ତ ବାହାରୁଛି। ଚିକିତ୍ସା ପାଇଁ ପ୍ରଥମେ ଅଭିଷେକକୁ ପ୍ରଥମେ ଯାଜପୁର ହସ୍ପିଟାଲ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେହିପରି ତିନି ବର୍ଷର ଝିଅ ଭୂମିକାର ମଧ୍ୟ ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଜଣାପଡିଛି।
The post ସାପ କାମୁଡ଼ାରେ ଭାଇଭଉଣୀ ମୃତ first appeared on Sambad.
from ଜିଲ୍ଲା | Sambad https://ift.tt/3f6Es1l
0 Comments