ରାଇରଙ୍ଗପୁର: ହାତୀ ଆକ୍ରମଣରେ ୨ ମୃତ। ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇ ହାତୀ ଆକ୍ରମଣରେ  ଗଲା ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡର ବିଶୋଇ ରେଞ୍ଜର ଟୁଙ୍ଗୁରୁ ଜଙ୍ଗଲରେ।

ସୂଚନା ଅନୁଯାୟୀ, ରାଇରଙ୍ଗପୁର ବନଖଣ୍ଡ ବିଶୋଇ ଥାନା ଦୁଧକୁଣ୍ଡି ଗ୍ରାମର ଦୁଇଜଣ ମହିଳା ଓ ଜଣେ ନାବାଳିକା ଗୋଟିଏ ପରିବାରର ୩ ଜଣ ଗାଁ ପାଖ ଜଙ୍ଗଲକୁ ଜାଣେଣି କାଠ, ଶାଗ ପ୍ରଭୃତି ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟରେ ସେମାନେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା । ମୃତକ ଦ୍ୱୟ ହେଲେ ମେଘନା ବିନ୍ଧାଣି(୮) ଓ କାନ୍ଦିରି ମୁର୍ମୁ (୪୫)।ତେବେ ଧାନୀ ବିନ୍ଧାଣି(୩୦) ନାମକ ମହିଳା ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଗୁରୁତର ଧାନୀଙ୍କୁ ଉଦ୍ଧାର କରି ବାରିପଦା ପିଆରଏମରେ ଭର୍ତ୍ତି କରାଯାଇଛି ।ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିବା ସୂଚନା ମିଳିଛି।

The post ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିଲେ, ଆକ୍ରମଣ କଲା ହାତୀ : ୨ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3xVxdSr