
ବାଲିଶଙ୍କରା(ସୁନ୍ଦରଗଡ଼): ଆଜି ତଳସରା ଥାନା ଅନ୍ତର୍ଗତ ଵାଲିଶଙ୍କରା ଗାଁ ଚନ୍ଦନିମାଲପଡାର ଦେବାଶିଷ ପାନ୍ନା (୨୩) ନାମକ ଯୁବକ ବିଷ ପାନ କରି ଜୀଵନ ହାରିଛନ୍ତି। ପୁଲିସ କହିବା ଅନୁସାରେ, ଗୁରୁଵାର ରାତିରେ କୌଣସି କଥାକୁ ନେଇ ଘର ଲୋକଙ୍କ ସହ ଦେଵାଶିଷଙ୍କ ପାଟିଗୋଳ ହୋଇଥିଲା। ରାତିରେ ସମସ୍ତେ ଖାଇ ଶୋଇଯିବା ପରେ ସେ ମଧ୍ୟ ନିଜ କଠୋରୀକୁ ଯାଇ ଶୋଇଥିଲେ। ଆଜି ସକାଳୁ ନ ଉଠିବାରୁ ଘର ଲୋକେ କଠୋରୀକୁ ଗଲା ଵେଳକୁ ସେ ଅଚେତ ହୋଇ ପଡିଥିବା ଦେଖିବାକୁ ପାଇଥିଲେ। ପାଖରେ ଏକ କୀଟନାଶକ ଵୋତଲ ଦେଖି ବିଷ ପିଇଥିବା ସନ୍ଦେହ କରି ତୁରନ୍ତ ସୁନ୍ଦରଗଡ଼ ଜିଲ୍ଲା ସଦରମକୁମା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହା ପରେ ସୂଚନା ପାଇ ତଳସରା ପୁଲିସ ଡାକ୍ତରଖାନା ପହଞ୍ଚି ଶଵ ବ୍ୟବଚ୍ଛେଦ କରାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
The post ବିଷ ପିଇ ଜୀବନ ହାରିଲେ ଯୁବକ first appeared on Sambad.from ଜିଲ୍ଲା | Sambad https://ift.tt/2SR8zlZ
0 Comments