ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲାର ଭଗାମୁଣ୍ଡା ଗ୍ରାମରେ ଆଜି ସକାଳେ ଭାଲୁ ଆକ୍ରମଣରେ ୬ ଜଣ ଗୁରୁତର ହୋଇଛନ୍ତି। ଏମାନଙ୍କ ଭିତରୁ ୫ ଜଣଙ୍କୁ ଭଗାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆହତମାନେ ହେଲେ ମଦନ ବାରିକ, ଶ୍ୟାମସୁନ୍ଦର ଗୁମାନ, ଯଦୁମଣି ମହାନ୍ତ, ଗେହ୍ଲାମୁଣ୍ଡାର ପଥୁ ମହାନ୍ତ, କୁନି ମହାନ୍ତ ଓ ସୁନାରାମ ମୁଣ୍ଡା। ଗୁମାନ ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

The post ଭାଲୁ କାମୁଡ଼ାରେ ୬ ଆହତ first appeared on Sambad.

from ଜିଲ୍ଲା | Sambad https://ift.tt/3wI6iIw