
ରାଉରକେଲା : ଲକ ଡାଉନର ଫାଇଦା ଉଠାଉଛନ୍ତି ଜୁଆଡ଼ି। ଧରାପଡ଼ିବା ଭୟରେ ହୋଟେଲରେ ଚଳାଉଛନ୍ତି ଜୁଆଖେଳ। ଗତକାଲି ରାତିରେ ପ୍ଲାଣ୍ଟସାଇଟ ପୁଲିସ ଏକ ହୋଟେଲରେ ଚଢ଼ଉ କରି ୧୨ ଜୁଆଡ଼ିଙ୍କୁ ଗିରଫ କରିଛି l ଏମାନଙ୍କ ମଧ୍ୟରେ କିଛି ଜଣାଶୁଣା ବ୍ୟବସାୟୀ ଥିବା ଜଣାପଡ଼ିଛି। ଏମାନଙ୍କ ଠାରୁ ପୁଲିସ ୭୭ହଜାରରୁ ଅଧିକ ଟଙ୍କା, ୧୪ଟି ମୋବାଇଲ ଆଦି ସାମଗ୍ରୀ ଜବତ କରିଛି।
ଗତକାଲି ରାତି ପ୍ରାୟ ସାଢେ ନଅଟାରେ ଷ୍ଟେସନ ନିକଟ ହୋଟେଲରେ ଜୁଆ ଖେଳ ଚାଲିଥିବା ସୂଚନା ମିଳିଥିଲା l ଡିଏସପି ଅସୀମ ପଣ୍ଡାଙ୍କ ନେତୃତ୍ୱରେ ପ୍ଲାଣ୍ଟ ସାଇଟ ପୁଲିସର ସ୍ୱତନ୍ତ ଟିମ ଚଢ଼ଉ କରିଥିଲେ। ପୂର୍ବରୁ ପ୍ଲାଣ୍ଟ ପୁଲିସ ଷ୍ଟେସନ ନିକଟ ତିନିଟି ହୋଟେଲ ଚାଲିଥିବା ଜୁଆଡ଼ିଙ୍କୁ ଗିରଫ କରିଛି।
The post ହୋଟେଲରେ ଜୁଆ ଖେଳ, ୧୨ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3i1Yq0f
0 Comments