ଫୁଲବାଣୀ : ଫୁଲବାଣୀ ସଦର ଥାନା ଅନ୍ତର୍ଗତ ପିତାବାରି ଗାଁ’ରେ ସୋମବାର ପାଇଖାନା ଟାଙ୍କି ସଫା କରୁଥିବା ବେଳେ ଶ୍ବାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ଗ୍ରାମର ସଞ୍ଜୟ ପ୍ରଧାନ(୪୩)ଙ୍କ ନୂଆ ପାଇଖାନା ଟାଙ୍କି ସଫା କରିବାକୁ ପ୍ରଥମେ ଶ୍ରମିକ ସନ୍ତୋଷ କହଁର (୩୨) ଟାଙ୍କି ଭିତରେ ପଶିଥିଲେ। ‌ସେ ଶ୍ବାସରୁଦ୍ଧ ହୋଇ ଟାଙ୍କି ଭିତରକୁ ଖସି ପଡ଼ିଥିଲେ। ଏହା ଦେଖି ସଞ୍ଜୟ ଟାଙ୍କି ଭିତରକୁ ପଶିଥିଲେ। ସେ ମଧ୍ୟ ଶ୍ବାସରୁଦ୍ଧ ହୋଇ ଆଉ ବାହାରକୁ ବାହାରି ପାରିନଥିଲେ।

ଘରଲୋକେ ଏହା ଜାଣିପାରି ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଉଭୟଙ୍କୁ ଅତି ଗୁରୁତର ଅବସ୍ଥାରେ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

The post ପାଇଖାନା ଟାଙ୍କି ସଫା ବେଳେ ଅଘଟଣ: ଶ୍ବାସରୁଦ୍ଧ ହୋଇ ଦୁଇ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3yRZLg3