
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ରାୟନରରସିଂହପୁର ପଂଚାୟତ ଶ୍ରୀରାମପୁରରେ ବିଦ୍ୟୁତ ସଜାଡୁଥିବା ବେଳେ କରେଣ୍ଟ ମାରିବାରୁ ସଦାଶିବପୁର ଗ୍ରାମର ସୁଧୀର କୁମାର ପରିଡ଼ା (୪୪)ଙ୍କର ମୃତ୍ୟୁ ହୋଇଯାଇଛି। ସଙ୍ଗେ ସଙ୍ଗେ ତାଙ୍କୁ ଗ୍ରାମବାସୀମାନେ ଅଁଳାବେରେନି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ଦେଖାଦେଇଛି।
The post ବିଦ୍ୟୁତ ଆଘାତରେ ଯୁବକ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3ta2LjR
0 Comments