ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅମଲାପାଳି ଗ୍ରାମସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ତେଲେଙ୍ଗାନା ରାଜ୍ୟରୁ  ଫେରନ୍ତା ୫୩ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ରଖାଯାଇଅଛି। ସେମାନଙ୍କ ଆଣ୍ଟିଜେନ ପରୀକ୍ଷା ପରେ ତାଙ୍କ ଘରକୁ ପଠାଇବା ବ୍ୟବସ୍ଥା କରିଛନ୍ତି। ଆଜି ଅପରାହ୍ନରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଯାଇ ପରୀକ୍ଷା କରିଥିଲେ। ୫୩ ଜଣଙ୍କ ଆଣ୍ଟିଜେନ ପରୀକ୍ଷା କରାଯାଇଅଛି। ସେଥିମଧ୍ୟରୁ ୩୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସମସ୍ତଙ୍କୁ ଔଷଧ  ପ୍ରଦାନ କରି ଘରକୁ ଛାଡି ଦିଆଯିବା ବ୍ୟବସ୍ଥା କରାଯାଇଅଛି। ସମସ୍ତେ ଗୃହ ସଂଘରୋଧରେ ରହି ଚିକିତ୍ସିତ ହେବେ। ଖଡ଼ିଆଳ ବ୍ଲକର ଚନାବେଡା ଗ୍ରାମପଂଚାୟତ ରୋହେନପଦର ପଞ୍ଚାୟତକୁ ଛାଡ଼ିବା ବ୍ୟବସ୍ଥା ହୋଇଛି।

The post ତେଲେଙ୍ଗାନାରୁ ଫେରନ୍ତା ୫୩ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୩୭ କରୋନା ପଜିଟିଭ ଚିହ୍ନଟ first appeared on Sambad.

from ଜିଲ୍ଲା | Sambad https://ift.tt/3xFMBCj