ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ପୁଲିସ ଦେଖାଇଛି ମାନବିକତା।ସୀମାନ୍ତ ତେଲେଙ୍ଗାନାରେ ଛତିଶଗଡ ନକ୍ସଲର ମୃତ୍ୟୁ ହେବା ପରେ ଶବକୁ ତେଲେଙ୍ଗାନା ପୁଲିସ ସୁକମା ପଠାଇ ଦେଇଥିଲା।ମୃତ ନକ୍ସଲଙ୍କ ନାମ ହେଲା ଆଇତୁ ଗଂଗା।ଆଇତୁର ଘର ବିଜାପୁର ଅଂଚଳରେ।ଆଇତୁର ବାପା ,ମାଆ ,ପତ୍ନୀ କେହି ନାହାନ୍ତି।ସୁକମା ପୁଲିସ ଆଇତୁର ଶବକୁ ତାଂକ ସଂପର୍କୀୟକୁ ହସ୍ତାନ୍ତର କରିବାକୁ ଚାହିଁଲା।କିନ୍ତୁ ସଂପର୍କୀୟମାନେ ଶବକୁ ନେବାକୁ ଅମଙ୍ଗ ହୋଇଥିଲେ।ଯାହାଫଳରେ ସଂପର୍କୀୟ ଲୋକଙ୍କ ସାମ୍ନାରେ କୋଭିଡ ନିୟମରେ ମୃତ ନକ୍ସଲ ଆଇତୁର ଅନ୍ତିମ ସଂସ୍କାର କରାଯାଇଥିଲା।ପ୍ରକାଶ ଥାଉକି ଗତକାଲି ଖମାମ ପୁଲିସ ୩ ଜଣ ନକ୍ସଲକୁ ଗିରଫ କରିଥିଲା।ସେମାନଙ୍କ ମଧ୍ୟରୁ ଆଇତୁ ଅସୁସ୍ଥ ଥିଲା।କୋଭିଡ ଆକ୍ରାନ୍ତ ହୋଇଥିବା ଖମାମ ପୁଲିସ ଜାଣିବା ପରେ ତାକୁ ମେଡିକାଲରେ ଭର୍ତ୍ତି କରିଥିଲା।ତେବେ ଆଇତୁ ଖମାମ ଠାରେ ରହିଥିବା କୋଭିଡ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲା।ଖମାମ ପୁଲିସ ବିଜାପୁର ଏବଂ ସୁକମା ପୁଲିସକୁ ଏନେଇ ସୂଚନା ଦେବା ସହ ଶବକୁ ପଠାଇ ଦେଇଥିଲା।ସୁକମା ଏସପି କେ.ଏଲ ଧ୍ରୁବ ଏନେଇ ସୂଚନା ପ୍ରଦାନ କରିଛନ୍ତି।

The post ମୃତ ନକ୍ସଲର ଶବ ସତ୍କାରର କଲା ପୁଲିସ first appeared on Sambad.

from ଜିଲ୍ଲା | Sambad https://ift.tt/2SEXS5E