କଟକ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ରାହଡ଼ିପଠାର ୭୧ ବର୍ଷୀୟ ଅନନ୍ତ ଚରଣ ସାହୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିକିତ୍ସା ପାଇଁ ପରିବାର ଲୋକେ ବଡ଼ ମେଡିକାଲ୍ ଆଣିଥିଲେ। ୨୦ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗୃହ ସଂଗରୋଧରେ ଥିଲେ। ସ୍ବାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ଗଲା ୨୫ ତାରିଖ ଦିନ ପ୍ରାୟ ୧୧ଟା ୩୦ ବେଳେ ବଡ଼ ମେଡିକାଲର କୋଭିଡ୍ ଓ୍ବାର୍ଡରେ ଭର୍ତ୍ତି କରି ପରିବାର ଲୋକେ ଘରକୁ ଫେରିଯାଇଥିଲେ।

Sambad

ଗଲା ୨୮ ତାରିଖ ଦିନ ପ୍ରାୟ ୧୨ଟା ବେଳେ ଅନନ୍ତ ଛାଡ଼ି କେଉଁଆଡ଼େ ପଳାଇଥିବା ପରିବାର ଲୋକଙ୍କୁ ମେଡିକାଲ୍ କର୍ତ୍ତୃପକ୍ଷ ଖବର ପାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ତାଙ୍କ ପୁଅ ଦିପକ କୁମାର ସାହୁ ମେଡିକାଲରେ ପହଞ୍ଚି ମେଡିକାଲ୍ ପରିସରରେ ଖୋଜାଖୋଜି କରିଥିଲେ। ଆଖପାଖ ଅଞ୍ଚଳରେ ବି ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ପତ୍ତା ମିଳିନଥିଲା। ଏ ସଂକ୍ରାନ୍ତରେ ଅନନ୍ତଙ୍କ ପୁଅ ଦିପକ ମଙ୍ଗଳାବାଗ ଥାନାରେ ଆଜି ଲିଖିତ ଅଭିଯୋଗ କରିଛନ୍ତି।

The post ଓ୍ବାର୍ଡରୁ କରୋନା ରୋଗୀ ଚମ୍ପଟ୍; ଥାନାରେ ପୁଅ ଦେଲେ ଏତଲା first appeared on Sambad.

from ଜିଲ୍ଲା | Sambad https://ift.tt/3yLY4Ro