ପାତ୍ରପୁର : ଶଙ୍ଖାସିନ୍ଦୂରର ସୁରକ୍ଷା ଲାଗି ସବୁ ଚେଷ୍ଟା ବିଫଳ ହେଲା। ଡାକ୍ତରଖାନା ପହଞ୍ଚାଇ‌ଲେ, ହେଲେ ଡାକ୍ତର ନଥିଲେ। ଠିକ୍ ସମୟରେ ଡାକ୍ତରଖାନାରେ ଚିକିତ୍ସା ମିଳି ନପାରିବାରୁ ପତ୍ନୀଙ୍କ କୋଳରେ ହିଁ ସ୍ବାମୀଙ୍କ ଜୀବନ ଦୀପ ଲିଭିଗଲା। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ତୁରୁବୁଡି ଗ୍ରାମ ହରିଜନ ସାହିରୁ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନାନୁସାରେ, ନାଥ ନାୟକ (୪୫) ଗତ ୬ ଦିନ ‌ହେଲା ଜ୍ବରରେ ପୀଡ଼ିତ ଥିଲେ। ପତ୍ନୀ କୁରି ତାଙ୍କୁ ଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ। ହେଲେ ସେଠାରେ ଡାକ୍ତର କି, କର୍ମଚାରୀ କେହି ନଥିଲେ। ଶେଷରେ, ପତ୍ନୀଙ୍କ କୋଳରେ ହିଁ ନାଥ ପ୍ରାଣ ହରାଇଥିଲେ। ଦୁଃଖଦ ଘଟଣା ହେଉଛି, ଅଟୋ ବି ମୃତଦେହକୂ ରାସ୍ତାକଡ଼କୁ ଗଡ଼େଇ ଦେଇଥିଲେ। ଘଣ୍ଟାଏ କାଳ ରାସ୍ତାରେ ପଡ଼ିରହିବା ପରେ ପରିବାର ଲୋକ ପହଞ୍ଚି ମୃତଦେହକୁ ନେଇଥିଲେ।

The post ଡାକ୍ତର ନଥିଲେ, ପତ୍ନୀ କୋଳରେ ଚିରନିଦ୍ରା first appeared on Sambad.

from ଜିଲ୍ଲା | Sambad https://ift.tt/33QFetZ