ଭଦ୍ରକ: ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୟାସ୍ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାର ଭଣ୍ଡାରୀପୋଖରୀରେ ରାସ୍ତା ଉପରେ ଉପୁଡ଼ି ପଡ଼ିଛି ଗଛ। ଅଗ୍ନିଶମ ବିଭାଗ ଗଛ କଟା ଆରମ୍ଭ କରିଛନ୍ତି।

ଏଣେ ବର୍ଷା ଜଳରେ ବୁଡିଗଲା ଭଦ୍ରକ ପୌରପାଳିକା ଅନ୍ତର୍ଗତ ପ୍ରଫୁଲ୍ଲ ନଗର ନିଉ କଲୋନି। ଏହାଫଳରେ ବହୁ ଲୋକଙ୍କ ଘରେ ବର୍ଷା ଜଳ
ପଶିଛି।

ଖାଲି ସେତିକି ନୁହେଁ, ଭଦ୍ରକ ସହରରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି। ଏଣେ ଧାମରାରେ ସମୁଦ୍ର ଅଶାନ୍ତ ରହିଥିବାର ଖବର ମିଳିଛି। ଧାମରା ଅଞ୍ଚଳରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ଏବଂ କେତେକ ରାସ୍ତା ଧୋଇଯାଇଛି।

The post ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୟାସ୍ ବାତ୍ୟାର ପ୍ରଭାବ: ଧାମରାରେ ସମୁଦ୍ର ଅଶାନ୍ତ, ବହୁ ଅଞ୍ଚଳ ଜଳମଗ୍ନ first appeared on Sambad.

from ଜିଲ୍ଲା | Sambad https://ift.tt/2TafExY